www.samajalive.in
Saturday, December 13, 2025
26.1 C
Bhubaneswar

ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରାର ତୃତୀୟ କିସ୍ତି

କୋରାପୁଟ: କଥା ଦେଇ କଥା ରଖିଛନ୍ତି ମୋହନ ସରକାର । ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ହିତାଧିକାରୀଙ୍କ ଖାତାକୁ ଆସିଛି । କୋରାପୁଟର ଜୟପୁରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ୧କୋଟିରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପଠାଯାଇଛି । ଆଜି ତୃତୀୟ କିସ୍ତିରେ ୫ହଜାର ଟଙ୍କା ଲେଖାଏଁ ହିତାଧିକାରୀ ପାଇଛନ୍ତି ।
ଏହି ଅବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ରାଜ୍ୟର ସର୍ବବୃହତ ମହିଳା ସଶକ୍ତୀକରଣ ଯୋଜନା ହେଉଛି ସୁଭଦ୍ରା । ଗୋଟି ବଟନ ଚିପି ୧କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ନାରୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଥିଲା । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରତିବର୍ଷ ସୁଭଦ୍ରା କିସ୍ତି ପ୍ରଦାନ କରାଯାଉଛି । ସୁଭଦ୍ରା ଯୋଜନାରେ ଆଜି ସାମିଲ ହୋଇଛନ୍ତି କୋରାପୁଟର କୋଟିଆ ବାସିନ୍ଦା ।

ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା ନୂତନ କରି ଆବେଦନ କରିବାକୁ ଥିବାବେଳେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଉପରେ ପୁଣିଥରେ ସର୍ବେକ୍ଷଣ କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ସୁଭଦ୍ରା ପହଞ୍ଚିବ ସେନେଇ ଯୋଜନାକୁ କ୍ରିୟାନ୍ବୟନ କରିବାକୁ ସରକାର ଲଗାତାର ଭାବେ ପ୍ରୟାସ କରୁଥିବା ସେ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories