www.samajalive.in
Friday, December 12, 2025
16.1 C
Bhubaneswar

ସୁଆଣ୍ଡୋ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ

ସୁଆଣ୍ଡୋ: ପିପିଲି ସଚେତନ ନାଗରିକ ମଞ୍ଚ ଆନୁକୂଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି  । ହାତରେ କୋଦାଳ, ଝୁଡି ଧରି କ୍ରୀଡା ଶିକ୍ଷକ ବ୍ରଜକିଶୋର ପାଇକରାୟଙ୍କ ନେତୃତ୍ବରେ ୨୦ ଜଣ ସ୍ୱେଚ୍ଛାସେବୀ ପହଞ୍ଚି ଥିଲେ  । ପ୍ରଥମେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ କୁଳଦେବତା ଶ୍ରୀ ରାଧାବିନୋଦ ବିହାରୀ ଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ଗାଁ ଦାଣ୍ଡ ସଫେଇ କରିଥିଲେ । ଆସନ୍ତା ଗୋପବନ୍ଧୁ ଜୟନ୍ତୀ ସୁଦ୍ଧା ନାଗରିକ ମଞ୍ଚ ପକ୍ଷରୁ ପିପିଲି ଡାକ୍ତରଖାନାକୁ ଗୋଟିଏ ସ୍ୱର୍ଗ ରଥ ଯୋଗାଇ ଦିଆଯିବ ବୋଲି ଆବାହକ ସୁରେଶ ଚନ୍ଦ୍ର ରଥ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧରେ ସଭାପତି ରମେଶ ଚନ୍ଦ୍ର ସତପଥୀ, ନରହରି ସିଂହ, ପ୍ରମିଳା ରଥ, ବାସନ୍ତୀ ସାହୁ, ଝୁନୁ ପ୍ରଧାନ, ବିଳାସିନୀ ସେଠୀ, ସନାତନ ସ୍ୱାଇଁ, ବିଳାସ ସେଠୀ, ବ୍ରଜବିହାରୀ ରାୟ, ଜୟନ୍ତୀ ସେଠୀ, ଅଶୋକ ସିଂହ, ଗୀତାଞ୍ଜଳି ସେଠୀ, ପ୍ରଫୁଲ୍ଲ ବାରିକ ଓ ଗୋପାଳ ସିଂହ ପ୍ରମୁଖ ଗ୍ରାମସଫେଇରେ ଅଂଶ ଗ୍ରହଣ କରିଥିଲେ  ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories