ଟାଇକୋଣ୍ଡା ପ୍ରତିଯୋଗିତାରେ ମେଡାଲ ଆଣିଲେ ଛାତ୍ରଛାତ୍ରୀ

ସୁଆଣ୍ଡୋ: ପ୍ରଥମ ଗ୍ଲୋବାଲ ଭର୍ଚୁଆଲ ଆନ୍ତର୍ଜାତୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମେଡାଲ ଆଣିଲେ ଛାତ୍ରଛାତ୍ରୀ  । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ହାନା ଟାଇକୋଣ୍ଡା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଉକ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସତ୍ୟବାଦୀର ପାନ୍ଥନିବାସ ପରିସରରେ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା  । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।  ଏହି ଅବସରରେ ପିଲାମାନଙ୍କକୁ ଆଗ୍ରହ ଓ ନିଷ୍ଠାର ସହ ଖେଳକୁ ଶିକ୍ଷା ଭାବେ ଗ୍ରହଣ କରିବାକୁ ମୁଖ୍ୟ ଅତିଥି ସୁନିଲ କୁମାର ପଣ୍ଡା ପରାମର୍ଶ ଦେଇଥିଲେ  ।

ସମ୍ମାନୀତ ଅତିଥି ଭାବେ ଓଡ଼ିଶା ଟାଇକୋଣ୍ଡା ସଂଘର ସାଧାରଣ ସଂପାଦକ ମନମୋହନ ଭଞ୍ଜ, କୋଷାଧ୍ୟକ୍ଷ ବ୍ୟାମକେଶ ଅଭିଳାଷ ପ୍ରସାଦ, ବୁଦ୍ଧିଷ୍ଟ ଟାଇକୋଣ୍ଡା ଏକାଡେମୀର ମୁଖ୍ୟ ବିଶ୍ଵନାଥ ନାୟକ ଯୋଗଦେଇ ଥିଲେ  । ଅତିଥି ମାନଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇ ଥିଲା  । ପ୍ରଶିକ୍ଷକ ଦୀପକ କୁମାର ପ୍ରଧାନ କାର୍ଯକ୍ରମ ସଂଯୋଜନା କରିବା ସହ ବିବରଣୀ ପାଠ ଓ ଅତିଥି ପରିଚୟ କରିଥିଲେ  । ଅନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ପ୍ରଶିକ୍ଷକ ଓ ଅବିଭାବକମାନେ ଉପସ୍ଥିତ ରହିଥିଲେ  ।

Comments are closed.