www.samajalive.in
Saturday, December 6, 2025
26.1 C
Bhubaneswar

୪ କିଲୋ ଆଳୁ ୨୦ ଟଙ୍କା ; ଚିନ୍ତାରେ ଚାଷୀ

ସୁଆଣ୍ଡୋ : କୋଡିଏ ଟଙ୍କାରେ ଚାରି କିଲୋ ଆଳୁ । ଏହାକୁ ନେଇ ଚିନ୍ତାରେ ଚାଷୀ। । ଏଭଳି ଘଟଣା ପୁରୀଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଯାଉଛି। ଶୀତଳ ଭଣ୍ଡାର ଅଚଳ ପାଇଁ ଆଳୁ ସାଇତି ରଖିବାକୁ ସୁବିଧା ନାହିଁ । ଅନ୍ୟ ଉପାୟ ନପାଇ କୋଡ଼ିଏ ଟଙ୍କାରେ ଚାରି କିଲୋ ଆଳୁ ବିକ୍ରି କରୁଛି ଚାଷୀ । ଗାଁ ଗାଁରେ ବହୁ ସଂଖ୍ୟାରେ ଦଲାଲ ବୁଲୁଛନ୍ତି । ଦଲାଲମାନେ ଚାଷୀଙ୍କ ନିକଟରୁ ଆଳୁ କ୍ୟୁଣ୍ଟାଲ ପ୍ରତି ପାଞ୍ଚଶହ ଟଙ୍କାରେ କିଣି ନେଉଛନ୍ତି । ଗତବର୍ଷ ଆଳୁର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୀଜିଲାର ବିଭିନ୍ନ ଅଞ୍ଚଳରେ ଅନେକ ଚାଷୀ ଆଳୁ ଚାଷ କରିଥିଲେ । ଫସଲ ବି ଭଲ ହୋଇଥିଲା । ହେଲେ ଜିଲାରେ ଏକମାତ୍ର ନିମାପଡା ଶୀତଳଭଣ୍ଡାର ଚଳନ କ୍ଷମ ଅବସ୍ଥାରେ ରହିଥିବା ବେଳେ ଅନ୍ୟ ଗୁଡିକ ଫନି ବାତ୍ୟା ଠାରୁ ଅଚଳ ହୋଇ ପଡିଛି । ଏଥିପ୍ରତି ଉଦ୍ୟାନ କୃଷି ବିଭାଗ ଦୃଷ୍ଟି ଦେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ପୁରୀଜିଲାର ସମସ୍ତ ଶୀତଳ ଭଣ୍ଡାର ଗୁଡିକ ଖୁବ ଶୀଘ୍ର ଚାଲୁ କରିବା ପାଇଁ ଦାବି କରାଯାଉଛି। ଚାଷୀ ମାନଙ୍କୁ ଆଳୁର ଅଭାବି ବିକ୍ରିରୁ ରକ୍ଷା କରିବା ପାଇଁ ଜିଲାପାଳ ପଦକ୍ଷେପ ନେବାକୁ ଚାଷୀଙ୍କ ସଙ୍ଗଠନ ପକ୍ଷରୁ ଦାବି ହେଉଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories