www.samajalive.in
Friday, December 5, 2025
17.1 C
Bhubaneswar

ମୁଠାରେ ଧରିହେବ ଏହି ମହିଳାଙ୍କ ଅଣ୍ଟା: କୁହନ୍ତି, ପ୍ରାକୃତିକ ଭାବେ ପାଇଛନ୍ତି ଏପରି ଫିଗର୍‍

ମିଆଁମାର: ମିଆଁମାରରେ ବାସ କରୁଥିବା ଜଣେ ମହିଳା ନିଜ ଅଣ୍ଟାକୁ ନେଇ ଏବେ ଚର୍ଚ୍ଚାରେ। ୨୩ ବର୍ଷିୟା ଏହି ମହିଳାଙ୍କ ନାମ ସୁ ନିଆଙ୍ଗ। ନିଜ ଅଣ୍ଟା ପାଇଁ ଏହି ମହିଳା ଅନ୍‍ଲାଇନ୍‍ ସେନ୍ସେସନ୍‍ ପାଲଟିଯାଇଛନ୍ତି। ବାସ୍ତବରେ ସୁଙ୍କ ଅଣ୍ଟା ଏତେ ପତଳା ଯେ ହାତ ମୁଠାରେ ଧରିହେବ। ସୁଙ୍କ ଅଣ୍ଟା ହେଉଛି ୧୩.୭ ଇଞ୍ଚର। କୁହାଯାଉଛି ଯେ, ସୁ ହେଉଛନ୍ତି ଦୁନିଆର ସବୁଠୁ ପତଳା ଅଣ୍ଟା ବିଶିଷ୍ଟ ମହିଳା। ଖାସ୍‍ କଥା ହେଉଛି ସୁଙ୍କ କହିବାନୁସାରେ ତାଙ୍କର ଏହି ଶାରୀରିକ ଗଠନ ପ୍ରାକୃତିକ।

- Advertisement -

ସୁ ହେଉଛନ୍ତି ଜଣେ କଲେଜ ଛାତ୍ରୀ। ସେ ନିୟକ ମିତ ଭାବେ ନିଜ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରନ୍ତି। ମାତ୍ର ଲୋକେ ଭାବନ୍ତି, ସେ ନିଜ ଫଟୋକୁ ଏଡିଟ୍‍ କରୁଛନ୍ତି। ଏପରିକି କିଛି ଲୋକ କୁହନ୍ତି ଯେ, ସୁ ନିଜ ଅଣ୍ଟାର ସର୍ଜରୀ କରାଇଛନ୍ତି। କିନ୍ତୁ ସୁ ଏସବୁକୁ ଅସ୍ୱୀକାର କରିଛନ୍ତି। କେବଳ ପ୍ରାକୃତିକ ଉପାୟରେ ସେ ଏଭଳି ଫିଗର୍‍ ପାଇଥିବା କହିଛନ୍ତି।

ସେ କହିଛନ୍ତି ତାଙ୍କ ପତଳା ଅଣ୍ଟା ହେଉଛି ବଂଶଗତ ଦେୟ। ଏହା ସହିତ ସେ ନିଜ ଫିଗର୍‍ ପାଇଁ ଡାଏଟିଂ ମଧ୍ୟ କରନ୍ତି।

ନିଜ ଅଣ୍ଟାକୁ ନେଇ ସେ କୌଣସି ପ୍ରକାର ସଂକୋଚ ଅନୁଭବ କରନ୍ତି ନାହିଁ ବରଂ ଖୁସିରେ ସୋସିଆଲ ମିଡିଆରେ ନିଜ ଫଟୋ ଶେୟାର କରନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ସବୁଠାରୁ ପତଳା ଅଣ୍ଟା ବିଶିଷ୍ଟ ମହିଳା ଭାବେ ୟୁକେର ଏଥେଲ୍‍ ଗ୍ରେଞ୍ଜର ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲଡ୍‍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି, ଯାହାଙ୍କର ଅଣ୍ଟାର ମାପ ହେଉଛି ୧୩ ଇଞ୍ଚ। ତେବେ ସେ ଏହି ରେକର୍ଡ଼ ୧୯୩୯ରେ ହାସଲ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories