ସମାଜ ଡିଜିଟାଲ ଡେସ୍କ: ଷ୍ଟଣ୍ଟ ଦେଖାଇବା ସମୟରେ ନିଆଁରେ ପୋଡ଼ି ହୋଇ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ଶୁକ୍ରବାର ଏହି ଅଘଟଣ ଘଟିଛି। ଆହତ ଛାତ୍ର ବ୍ରହ୍ମଗିରି ବାଲୁକେଶ୍ଵର ହାଇସ୍କୁଲରେ ୯ମ ଶ୍ରେଣୀରେ ପଢ଼ନ୍ତି। ତାଙ୍କ ନାଁ ଓମ ସତ୍ୟପ୍ରକାଶ ସାହୁ ଓ ଘର ଧର୍ମକୀର୍ତ୍ତି ଗ୍ରାମରେ। ଶୁକ୍ରବାର ସେ ଓ ତାଙ୍କର ଅନ୍ୟ ଜଣେ ସାଥୀ ମିଶି ଷ୍ଟଣ୍ଟ କରୁଥିଲେ। ପେଟ୍ରୋଲ ବୋତଲରୁ ପେଟ୍ରୋଲ ବାହାର କରି ପାଟିରେ ଭର୍ତ୍ତି କରି ଷ୍ଟଣ୍ଟ ଦେଖାଉଥିଲେ ଷ୍ଟଣ୍ଟ। ହେଲେ ପେଟ୍ରୋଲରେ ନିଆଁ ଲାଗିଯିବାରୁ ସେଥିରେ ଛାତ୍ର ଜଣକ ପୋଡ଼ି ହୋଇଯାଇଥିଲେ।
ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସମୟରେ ଏହି ଘଟଣା ଘଟିଥିଲା। ଆହତ ଛାତ୍ରଙ୍କୁ ପ୍ରଥମେ ରେବଣା ନୂଆଗାଁ ଡାକ୍ତରଖାନା ଓ ପରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।



