www.samajalive.in
Friday, December 5, 2025
27.1 C
Bhubaneswar

ନୂଆପଡା ଉପନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ନୂଆପଡା/ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି, ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ବିଷୟରେ ସମୀକ୍ଷା କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ଏସ୍‌. ଗୋପାଳନ, ଅତିରିକ୍ତ ଡିଜିପି ତଥା ରାଜ୍ୟ ପୁଲିସ ନୋଡାଲ ଅଧିକାରୀ ସଞ୍ଜୟ କୁମାର। ଏଥିପାଇଁ ଉଭୟ ଅଧିକାରୀଙ୍କ ସହିତ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ନୂଆପଡା ଗସ୍ତ କରିଛନ୍ତି।

ପୂର୍ବାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଳନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀମାନେ ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ପ୍ରଶାସନ ଓ ପୁଲିସ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା ସହିତ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଏବଂ ସି-ଭିଜିଲରେ ପ୍ରାପ୍ତ ଅଭିଯୋଗଗୁଡିକର ତତ୍କାଳ ସମାଧାନ ପାଇଁ ୨୪x୭ ସହାୟତା କେନ୍ଦ୍ରର ସମୁଚିତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ।

- Advertisement -

କୌଣସି ଉପନିର୍ବାଚନରେ ଦାୟିତ୍ୱ ସମ୍ପାଦନା କରିବା ଏକ ବିଶେଷ ଅବସର । ଏହି ଉପନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ଆରକ୍ଷୀ ବାହିନୀ ସମ୍ପୂର୍ଣ୍ଣ ନିରପେକ୍ଷ ଓ ନିଷ୍ଠାପର ଭାବରେ ପ୍ରଦତ୍ତ ଦାୟିତ୍ଵ ନିର୍ବାହ କରି ଗଣତନ୍ତ୍ରକୁ ସୁଦୃଢ କରିବା ସହିତ ନିର୍ବାଚନ ଆୟୋଗଙ୍କ ସୁନାମକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି।

ନିର୍ବାଚନ ସମୟରେ ମତଦାତାଙ୍କୁ ଅର୍ଥ, ନିଶାଦ୍ରବ୍ୟ, ଶାଢ଼ୀ ଓ ଅନ୍ୟାନ୍ୟ ଲୋଭନୀୟ ସାମଗ୍ରୀ ବଣ୍ଟନ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ଆଗାମୀ ଉପନିର୍ବାଚନ ସମ୍ବନ୍ଧୀୟ ସମସ୍ତ ପ୍ରଶାସନିକ ପ୍ରସ୍ତୁତି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ବନ୍ଧୀୟ ବିବରଣୀ ପାୱାର ପଏଣ୍ଟ ମାଧ୍ୟମରେ ବୈଠକରେ ଉପସ୍ଥାପନା କରିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ଓ କେନ୍ଦ୍ରୀୟ ଅଧିକାରୀମାନେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କଠାରୁ ସବିଶେଷ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ସହ ଉପନିର୍ବାଚନକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭାବରେ ଆୟୋଜନ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଛନ୍ତି। ସୂଚାନଯୋଗ୍ୟ ଯେ, ଏହି ଅବଧିରେ ଜିଲ୍ଲାର କୌଣସି ଅଧିକାରୀଙ୍କ ବଦଳି ହୋଇ ପାରିବ ନାହିଁ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories