www.samajalive.in
Friday, December 5, 2025
27.1 C
Bhubaneswar

ଏକ ପେଡ୍ ମା କେ ନାମ ୨.୦: ରାଜ୍ୟସ୍ତରୀୟ ତଦାରଖ କମିଟି ବୈଠକ

ସମାଜ ଡିଜିଟାଲ ଡେସ୍କ: “ଏକ ପେଡ଼ ମା’କେ ନାମ” ୨.୦ କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷ ରୋପଣର ସୁରକ୍ଷା, ବଞ୍ଚିବା ଓ ସୁସ୍ଥ ଅଭିବୃଦ୍ଧି ପାଇଁ ସ୍ଥିରୀକୃତ ବିସ୍ତୃତ ନିୟମାବଳୀ ଆଧାରରେ ରାଜ୍ୟସ୍ତରୀୟ ତଦାରଖ କମିଟିର ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଯାଇଛି l ବୈଠକରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି କହିଥିଲେ, ଚାରା ଗଛ ବଞ୍ଚିବା ଏବଂ ଏହାର ବୃଦ୍ଧି ଉପରେ ଏକ ପେଡ୍ ମା କେ ନାମ’ ୨.୦ ର ସଫଳତା ନିର୍ଭର କରେ।  ମାର୍ଗଦର୍ଶିକା ଅନୁଯାୟୀ ବୃକ୍ଷ ରୋପଣର ସୁରକ୍ଷା, ବଞ୍ଚିବା ଓ ସୁସ୍ଥ ଅଭିବୃଦ୍ଧି ପାଇଁ ସରକାରୀ ଭାବେ ଆମେ ସମସ୍ତେ ଯତ୍ନବାନ ହେବା ଦରକାର।

୧୭ ସେପ୍ଟେମ୍ବର ୨୦୨୫ରେ ବ୍ୟାପକ ବୃକ୍ଷରୋପଣର ଏକ ମାସ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ୟାପକ ବୃକ୍ଷରୋପଣ ପରେ ତ୍ରିସ୍ତରୀୟ ନିରୀକ୍ଷଣ ଓ ଦାୟିତ୍ୱ ବ୍ୟବସ୍ଥା ମାଧ୍ୟମରେ ଦୃଢ଼ ନିରୀକ୍ଷଣ ଏବଂ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ୨୨ ସେପ୍ଟେମ୍ବର ୨୦୨୫ରେ ମିଳିତ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଏହି ବୈଠକରେ ଗାଇଡଲାଇନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ଓଆରଏସଏସି ଆଧାରିତ ମନିଟରିଂ ୱେବ ପୋର୍ଟାଲ ପ୍ରଦର୍ଶନ କରାଯାଇଥିଲା । ବୃକ୍ଷ ଗୁଡ଼ିକ ବଞ୍ଚିବା ଉପରେ ନଜର ରଖିବା ପାଇଁ ଏହି ପୋର୍ଟାଲ ଏକକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏହାର ପ୍ରଭାବଶାଳୀ ଉପଯୋଗକୁ ସୁଗମ କରିବା ପାଇଁ କ୍ଷେତ୍ରୀୟ ଅଧିକାରୀଙ୍କ ପାଇଁ ଆଗାମୀ ଦିନରେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିଵ।

- Advertisement -

ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲା ଓ ବିଭାଗମାନଙ୍କ ସମନ୍ୱିତ ପ୍ରୟାସ ଓ ସକ୍ରିୟ ଅଂଶଗ୍ରହଣ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ କହିଥିଲେ ଯେ “ଏକ ପେଡ୍‌ ମା’ କେ ନାମ ୨.୦” ଅଭିଯାନର ସଫଳତା ମାତ୍ର ଗଛ ରୋପଣରେ ନୁହେଁ, ବରଂ ପ୍ରତ୍ୟେକ ଗଛର ଅବିଚ୍ଛିନ୍ନ ଅସ୍ତିତ୍ୱ ଓ ସୁସ୍ଥ ବୃଦ୍ଧି ନିଶ୍ଚିତ କରିବାରେ ରହିଛି।

ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ, କୃଷି, ପଞ୍ଚାୟତି ରାଜ, ଉଦ୍ୟାନ ଏବଂ ଓଡ଼ିଶା ରିମୋଟ ସେନ୍ସିଂ ଆପ୍ଲିକେସନ ସେଣ୍ଟର(ORSAC)ର ବରିଷ୍ଠ ଅଧିକାରୀମାନଙ୍କ ସମେତ ସମସ୍ତ ଜିଲ୍ଲାପାଳ, ବିଭାଗୀୟ ବନ ଅଧିକାରୀ(DFO) ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗଦେଇଥିଲେ।

Hot this week

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

Related Articles

Popular Categories