+୩ ନାମଲେଖା : ପ୍ରଥମ ଦିନରେ ନାମ ଲେଖାଇଲେ ୧୭ହଜାର

0

ଭୁବନେଶ୍ୱର : ବୁଧବାରଠାରୁ ରାଜ୍ୟର ୯୮୫ ଡିଗ୍ରୀ ମହାବିଦ୍ୟାଳୟରେ +୩ ପ୍ରଥମ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୧୭ହଜାର ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡିଛି। ଏହି ପ୍ରକ୍ରିୟା ୭ତାରିଖ ପର୍ୟ୍ୟନ୍ତ ଚାଲିବ। ଜୁଲାଇ୧୧ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ କଟ୍‌ଅଫ ମାର୍କ ପ୍ରକାଶ ପାଇବ ଏବଂ ମନୋନୀତ ଛାତ୍ରଛାତ୍ରୀମାନେ ୧୨ ଓ ୧୩ ତାରିଖ ସୁଦ୍ଧା ନାମ ଲେଖାଇପାରିବେ। ଜୁଲାଇ ୧୬ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢା ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଯୁକ୍ତ ୩ ବିଭିନ୍ନ ପାଠ୍ୟକ୍ରମରେ ୨,୧୩,୧୧୦ ସିଟ୍ ରହିଛି। ସୂଚନାଯୋଗ୍ୟ ଯେ କଳାରେ ୧,୮୮,୯୬୦, ବିଜ୍ଞାନରେ ପିସିଏମ୍ରେ ୨୯,୧୩୧ ଓ ସିବିଜେଡ୍ରେ ୨୦,୩୪୬ ସିଟ ଏବଂ ବାଣିଜ୍ୟରେ ମୋଟ୍ ୧୯,୭୫୩ ସିଟ୍ ଆବଣ୍ଟିତ ହୋଇଛି। ଚଳିତବର୍ଷ ୨,୭୫,୩୮୪ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦,୮୩୬ଜଣ ଆବେଦନକାରୀ ଅନ୍ ଲାଇନ୍ ମାଧ୍ୟମରେ ଫି’ ପୈଠ କରିଛନ୍ତି। ଅନ୍ ଲାଇନ୍ରେ ପଞ୍ଜିକରଣ କରିଥିବା ଆବେଦନକାରୀଙ୍କ ମଧ୍ୟରୁ ୨,୧୪,୮୫୯ଜଣଙ୍କ ଆବେଦନପତ୍ର ହସ୍ତଗତ ହୋଇଛି।

Leave A Reply