www.samajalive.in
Wednesday, December 10, 2025
14.1 C
Bhubaneswar

ବୋଲଗଡରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ; ଟାୟାର ଜାଳି ରାସ୍ତା ଅବରୋଧ କଲେ କଂଗ୍ରେସ, ସିପିଆଇ କର୍ମୀ

ବୋଲଗଡ଼ : ଦିଲ୍ଲୀଠାରେ ପଞ୍ଜାବ କୃଷକମାନଙ୍କୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ଦଳ ଭଳି ୧୮ଟି ବିରୋଧୀ ଦଳମାନଙ୍କ ଦ୍ୱାରା ଭାରତବନ୍ଦର ପ୍ରଭାବ ବୋଲଗଡରେ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି। ସରକାରୀ ସ୍ତରରେ କୋଭିଡ-୧୯ କଟକଣାରେ ସ୍କୁଲ, କଲେଜ ସବୁ ବନ୍ଦ ଥିବାବେଳେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ବନ୍ଦ ଥିବାର ଦେଖାଇଯାଇଥିଲା। ବୋଲଗଡ, ଭୀମପଡା, ଧଳାପଥର, ରାଜସୁନାଖଳା, ପିଚୁକୁଳି ଭଳି ବୋଲଗଡ ବ୍ଲକ ଅଞ୍ଚଳର ପ୍ରମୁଖ ବଜାରଗୁଡିକ ଖୋଲା ରହି ବ୍ୟବସାୟ କାର୍ଯ୍ୟ ଜାରୀ ରହିଥିବାର ଦେଖାଯାଇଥିଲା। ବୋଲଗଡ ବ୍ଲକ ସଦର ମହକୁମା ତହସିଲ କାର୍ଯ୍ୟାଳୟ ସମ୍ମୁଖ ୫୭ନଂ ଜାତୀୟ ରାଜପଥକୁ ସ୍ଥାନୀୟ ଜାତୀୟ କଂଗ୍ରେସ, ସିପିଆଇ ଓ ବିଭିନ୍ନ ଶ୍ରମିକ ୟୁନିୟନ ପକ୍ଷରୁ ଭାରତବନ୍ଦ ସଫଳ କରିବାକୁ ଦୀର୍ଘ ୩ଘଣ୍ଟା ରାଜରାସ୍ତାକୁ ଅବରୋଧ କରି ଯାତାୟତକୁ ସମ୍ପୂର୍ଣ୍ଣ ଠପ୍‍ କରିଦେଇଥିଲେ। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବଜୀ ଦେଇ ରାଜରାସ୍ତାରେ ଟାୟାର ଜାଳି ଭାରତବନ୍ଦକୁ ସମର୍ଥନ ଜଣାଇଥିଲେ। ଏହାର ପ୍ରଭାବରେ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories