www.samajalive.in
Thursday, December 11, 2025
18.1 C
Bhubaneswar

ଭାରତର ଡିଜିଟାଲ୍‍ ଅଭିବୃଦ୍ଧିର କୌଣସି ତୁଳନା ନାହିଁ – ପ୍ରଧାନମନ୍ତ୍ରୀ

ଦେଶର ଡିଜିଟାଲ୍‍ କ୍ଷମତା ଯଥେଷ୍ଟ ଅଧିକ ଓ ମୋବାଇଲ୍‍ ଟେକ୍ନୋଲୋଜି ସହାୟତାରେ ସମାଜର ଗରିବ ଓ ଅବହେଳିତ ବର୍ଗଙ୍କୁ କୋବିଡ୍‍ ନାଇଣ୍ଟିନ୍‍ ସମୟରେ ସହାୟତା ଦିଆଯାଇପାରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଚତୁର୍ଥ ଭାରତ ମୋବାଇଲ୍‍ କଂଗ୍ରେସରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ଲକ୍ଷ ଲକ୍ଷ ଭାରତୀୟଙ୍କୁ ଶହ ଶହ କୋଟି ଡଲାରର ସହାୟତା ପ୍ରଦାନ କରାଯାଇଛି ଓ ମୋବାଇଲ୍‍ ଜ୍ଞାନକୌଶଳ ସହାୟତାରେ ସେମାନଙ୍କ ଜମାଖାତାରେ ସିଧାଯାଇ ଅର୍ଥ ପହଞ୍ଚିଛି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ମୋବାଇଲ୍‍ ଫୋନ୍‍ ଉତ୍ପାଦନ କ୍ଷେତ୍ରରେ ନାହିଁନଥିବା ସଫଳତା ହାସଲ କରିଛି ଓ ଏ କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ ଶୀର୍ଷରେ ରହିଛି। ସେ କହିଛନ୍ତି, ସରକାରଙ୍କ ଦ୍ୱାରା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଗାଣ ଯୋଗୁଁ ଟେଲି ଯୋଗାଯୋଗ କ୍ଷେତ୍ରର ଯଥେଷ୍ଟ ଉନ୍ନତି ଘଟିବ। ଶ୍ରୀ ମୋଦୀ କହିଛନ୍ତି, ଆଗାମୀ ତିନି ବର୍ଷ ଭିତରେ ସରକାର ଗ୍ରାମାଞ୍ଚଳରେ ହାଇସ୍ପିଡ୍‍ ଫାଇବର ଅପ୍‍ଟିକ୍‍ କେବୁଲ୍‍ ନେଟ୍‍ୱର୍କ ବିଛାଇବେ। ମୋବାଇଲ୍‍ ଓ ଇଣ୍ଟରନେଟ୍‍ ସଂଯୋଗ କ୍ଷେତ୍ରରେ ଦେଶ ହାସଲ କରିଥିବା ବିକାଶ ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି, ଭାରତରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଲୋକ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ଓ ୭୫୦ ନିୟୁତ ଲୋକ ଇଣ୍ଟରନେଣ୍ଟ ବ୍ୟବହାର କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ ଗତ ୪ ବର୍ଷ ଭିତରେ ଇଣ୍ଟରନେଟ୍‍ ବ୍ୟବହାରକାରୀମାନଙ୍କ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି। ସେ କହିଛନ୍ତି, ଭାରତର ଡିଜିଟାଲ୍‍ ଅଭିବୃଦ୍ଧିର କୌଣସି ତୁଳନା ନାହିଁ ଓ ବୈଷୟିକ ଜ୍ଞାନ ବିପ୍ଳବ ମାଧ୍ୟମରେ ଆମେ କିଭଳି ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିପାରିବା ସେ ବିଷୟରେ ଯୋଜନା କରିବାକୁ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତମ ସ୍ୱାସ୍ଥ୍ୟସେବା, ଶିକ୍ଷାବ୍ୟବସ୍ଥା, ସୂଚନା ସେବା, କୃଷକମାନଙ୍କ ପାଇଁ ସୁଯୋଗ ସୃଷ୍ଟି ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ବଜାର ସୁବିଧା ଭଳି ଅନେକ ଲକ୍ଷ୍ୟ ସରକାର ଡିଜିଟାଲ୍‍ ଟେକ୍ନୋଲୋଜି ମାଧ୍ୟମରେ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଯୋଗାଯୋଗ ବ୍ୟବସ୍ଥାରେ ଦ୍ରୁତ ବିକାଶ ଘଟିଛି।

ସେ କହିଛନ୍ତି, ଯୁବ ଗବେଷଣାକାରୀମାନେ ବିଭିନ୍ନ ନୂଆ ନୂଆ ପଦାର୍ଥ ଉପରେ କାର୍ଯ୍ୟ କରୁଛନ୍ତି, ଯେଉଁଗୁଡ଼ିକର ଚାହିଦା ସମଗ୍ର ବିଶ୍ୱରେ ବୃଦ୍ଧି ପାଇବ। ଲକ୍ଷ ଲକ୍ଷ ଭାରତୀୟଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଠିକ୍‍ ସମୟରେ ୫ଜି ଜ୍ଞାନକୌଶଳକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories