ପଟ୍ଟା ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା

ବ୍ରହ୍ମପୁର: ଘର ପଟ୍ଟା ଦାବି କରି ବ୍ରହ୍ମପୁର ମହାନଗର ନିଗମ ୧ ନଂ ୱାର୍ଡ ଅନ୍ତର୍ଗତ ଉତ୍ତରାମୁଖୀ ବସ୍ତି ବାସିନ୍ଦାମାନେ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ପାଖାପାଖି ୧୫୦ ପରିବାର ଆଜକୁ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ସେହି ବସ୍ତିରେ ରହୁଥିବା ବେଳେ କୌଣସି ଲୋକଙ୍କ ଘରର ପଟ୍ଟା ନାହିଁ । ତେବେ ଘର ପଟ୍ଟା ପ୍ରଦାନ ପାଇଁ ବସ୍ତିବାସିନ୍ଦା ଗତ ୨ ବର୍ଷ ଭିତରେ ଅନେକ ଥର ପ୍ରଶାସନକୁ ଗୁହାରି କରିସାରିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ପଟ୍ଟା ପ୍ରଦାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସମସ୍ତ ବସ୍ତିବାସିନ୍ଦା ଆଜିଠାରୁ ଧାରଣାରେ ବସିଛନ୍ତି।

Comments are closed.