www.samajalive.in
Friday, December 5, 2025
26.1 C
Bhubaneswar

ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କଳକାରଖାନା ଓ ରାଜରାସ୍ତାରେ ଧର୍ମଘଟ

ଗୁରୁଡିଝାଟିଆ: କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି, ତୃଟିପୂର୍ଣ୍ଣ କୃଷକ ବିରୋଧି ଆଇନକୁ ପାଶ କରାଇବା ସହିତ ଟିକସ ଦେଉନଥିବା ପରିବାରବର୍ଗଙ୍କୁ ମାସକୁ ୭୫୦୦ ଟଙ୍କା ଭତ୍ତା ପ୍ରଦାନ କରିବା, ଗ୍ରାମାଞ୍ଚଳରେ ୨ଶହ ଦିନ କର୍ମନିଯୁକ୍ତି ଯୋଗାଇଦେବା ଓ ବର୍ଦ୍ଧିତ ମଜୂରୀ ଆଦି ପ୍ରଦାନ କରିବା, ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଘରୋଇକରଣକୁ ବନ୍ଦ କରିବା ଓ ନିର୍ମାଣ ଶ୍ରମିକ ଇତ୍ୟାଦିଙ୍କୁ କରୋନା ସମୟରେ ସହାୟତା ପ୍ରଦାନ କରିବା ପରି ବହୁବିଧ ଦାବି ନେଇ ବିଭିନ୍ନ ଟ୍ରେଡ ୟୁନିଅନ, ବାମପନ୍ଥୀ ଦଳ ଆଜି ବନ୍ଦ ଡାକରା ଦେଇଥିଲେ। ଏହାକୁ ସମର୍ଥନ କରି ଟିଏସ ଆଲୟେଜ, ଭୂବନେଶ୍ୱର ପାୱାରପ୍ଲାଣ୍ଟ, ଆରତୀ କାରଖାନା, ଶ୍ରୀ ସିମେଣ୍ଟ ଓ ଜେକେଲକ୍ଷ୍ମୀ ସିମେଣ୍ଟ କାରଖାନା ଫାଟକ ସମ୍ମୁଖରେ ହିନ୍ଦ ମଜଦୁର ସଂଘ ଓ କାରଖାନାର ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ କରାଯାଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦିଆଯିବା ସହିତ ଖଟିଖିଆ, ମେହନତ୍‍ ଶ୍ରମିକ, ସ୍ୱଳ୍ପ ରୋଜଗାରୀଙ୍କ ପେଟକୁ ଲାତ ମାରିବା ସରକାରଙ୍କ ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ନୀତି ବୋଲି କହିଥିଲେ। ସେହିପରି ଭାବରେ ୫୫ ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ଠାରେ ରାଧାକିଶୋରପୁର,କଣ୍ଡରେଇ, କୃଷ୍ଣପୁର, ଖୁଣ୍ଟୁଣୀ, ଡାଳଭାଗ, ଘଣ୍ଟିଖାଲ, ଗୋବରା, ମଞ୍ଚେଶ୍ୱର, ଧୁରୁଷିଆ, ଅନନ୍ତପୁର ଓ ମହାକାଳବସ୍ତ ପଞ୍ଚାୟତ ସମୂହର ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଧାରଣାରେ ବସି କେନ୍ଦ୍ରସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ଶ୍ରମିକ ନେତା ସନ୍ତୋଷ କୁମାର ବେହେରା ଓ ଗଗନ ବିହାରୀ ପରିଡା ଙ୍କ ନେତୃତ୍ୱରେ ଆରତୀ ଷ୍ଟିଲ କର୍ମଚାରୀ ସଂଘ ଓ ମଜଦୁର ୟୁନିୟନର କର୍ମକର୍ତ୍ତା ସନ୍ତୋଷ ପ୍ରଧାନ, ଆଲୋକ ବସ୍ତିଆ, ରଜନୀକାନ୍ତ ପ୍ରଧାନ, ବଳରାମ ବେହେରା, ସୌମ୍ୟରଞ୍ଜନ ମହାନ୍ତି, ପ୍ରଣବ ସେନାପତି, ରବିନ୍ଦ୍ର ବରାଳ, ବିପିନ ବିହାରୀ ପ୍ରଧାନ, ନୃସିଂହ ଚରଣ ସାହୁ, ବିନୋଦ କୁମାର ମାଝି, ଶ୍ରୀକର ଜେନା, ଲକ୍ଷ୍ମୀଧର ମହାନ୍ତି, କାର୍ତ୍ତିକ ଖଟୁଆ, ଅଶୋକ କୁମାର ଖଟୁଆ, ପ୍ରିୟବ୍ରତ ସାହୁ,ବିଜ୍ଞାନ ସ୍ୱାଇଁ ପ୍ରମୁଖ ବହୁ ଶ୍ରମିକ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଧର୍ମଘଟକୁ ନିର୍ଣ୍ଣାୟକ ମୋଡ ଦେଇଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories