www.samajalive.in
Saturday, December 13, 2025
14.1 C
Bhubaneswar

ପେଷାଦାର ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ – ଏସ୍‍ପି

ପିପିଲି : ଆଗାମୀ ପିପିଲି ଉପନିର୍ବାଚନକୁ ସଂପୂର୍ଣ୍ଣ ଅବାଧ ଓ ନିରପେକ୍ଷ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୁଲିସ ପକ୍ଷରୁ ଅଞ୍ଚଳର ସମସ୍ତ ପେଷାଦାର ଅପରାଧିଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସ୍‍ପି ଡକ୍ଟର କେ.ବିଶାଲ ସିଂହ ବୁଧବାର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।

ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ପରେ ଏସ୍‍ପି ଡକ୍ଟର ସିଂହ ଆଜି ପିପିଲି ଥାନା ପରିଦର୍ଶନରେ ଆସି ଉପନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ, ସତ୍ୟବାଦୀ ଆଇଆଇସି ଦେବୀପ୍ରସାଦ ପାତ୍ର ଓ ବଳଙ୍ଗା ଥାନାଧିକାରୀ ସମରେନ୍ଦ୍ର ପାଇକରାୟଙ୍କ ସହ ଏସ୍‍ପି ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଦୀର୍ଘ ସମୟ ଧରି ସମୀକ୍ଷା କରିଥିଲେ । ଅଞ୍ଚଳର ସମସ୍ତ ପୁରୁଣା ଅପରାଧିଙ୍କୁ ଗିରଫ କରିବା, ପେଷାଦାର ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ମାମଲାରେ ଫେରାର୍‍ ଥିବା ଅପରାଧିଙ୍କ ବିରୋଧରେ ଗିରଫ ପରୱାନା ତାମିଲ କରିବା, ବେଆଇନ ମାଦକଦ୍ରବ୍ୟ କାରବାର ଉପରେ ଅଙ୍କୁଶ ଲଗାଇବା, ସମସ୍ତ ବନ୍ଧୁକ ଲାଇସେନ୍ସ ଧାରୀଙ୍କୁ ନୋଟିସ୍‍ ଜାରି କରିବା, ଗାଡିମୋଟର ଯାଞ୍ଚକୁ ଅଧିକ କଡାକଡି କରିବାକୁ ଏସ୍‍ପି ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନମଣ୍ଡଳୀର ୨୦୩ଟି ସ୍ଥାନରେ ଥିବା ମୋଟ୍‍ ୩୪୮ଟି ବୁଥ୍‍ର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଏସ୍‍ପି ସମୀକ୍ଷା କରିଥିଲେ । ଗତ ସାଧାରଣ ନିର୍ବାଚନ ଓ ପୂର୍ବରୁ ଅନୁଷ୍ଠିତ ନିର୍ବାଚନ ସମୟରେ ଉତ୍ତେଜନା ପ୍ରକାଶ ପାଇଥିବା ବୁଥ୍‍ ସଂପର୍କରେ ସମୀକ୍ଷା କରାଯାଇଥିଲା । ନିର୍ବାଚନମଣ୍ଡଳୀର ସମ୍ବେଦନଶୀଳ ବୁଥ୍‍, ଉତ୍ତେଜନାପ୍ରବଣ ଓ ଅତି ଉତ୍ତେଜନାପ୍ରବଣ ବୁଥ୍‍ ସଂପର୍କରେ ଆଲୋଚନା କରାଯାଇ କେଉଁ ଠାରେ କେତେ ଫୋର୍ସ ମୁତୟନ କରାଯିବ ସେ ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା । ଉତ୍ତେଜନାପୂର୍ଣ୍ଣ ଓ ଅତି ଉତ୍ତେଜନାପୂର୍ଣ୍ଣ ବୁଥ୍‍ ଗୁଡିକର ସୁରକ୍ଷା ପାଇଁ ଅଧିକ ଫୋର୍ସ ମୁତୟନ ସହ କେଉଁଠାରେ କେନ୍ଦ୍ରୀୟ ସୁରକ୍ଷାବଳଙ୍କୁ ନିୟୋଜିତ କରାଯିବ ସେ ସଂପର୍କରେ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ୩ଟି ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‍ ଓ ୩ଟି ଷ୍ଟାଟିଷ୍ଟିକ୍‍ ସର୍ଭିଲାନ୍ସ ଟିମ୍‍ କେଉଁ କେଉଁ ଅଞ୍ଚଳରେ କାର୍ଯ୍ୟ କରିବେ ସେ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା ।

- Advertisement -

ସମୀକ୍ଷା ବୈଠକ ପରେ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଏସ୍‍ପି ଡକ୍ଟର ସିଂହ ପ୍ରକାଶ କରିଥିଲେ ଯେ, ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧିର ଏନ୍‍ଫୋର୍ସମେଣ୍ଟ ଅଧିକାରୀ ଦାୟିତ୍ୱରେ ଅତିରିକ୍ତ ଏସ୍‍ପି ଅଛନ୍ତି । ଇତିମଧ୍ୟରେ ପୁଲିସ ପକ୍ଷରୁ ନିର୍ବାଚନମଣ୍ଡଳୀର ୬୦ଜଣଙ୍କୁ ୧୦୭ ଓ ୧୦ଜଣଙ୍କୁ ୧୧୦ ନୋଟିସ ଜାରି କରାଯାଇଥିବା ବେଳେ ୩୦ଜଣ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରାଯାଇଛି । ୱାରେଣ୍ଟି ଗିରଫ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ଅବକାରୀ ଚଢଉ ଅଭିଯାନ ଜାରି ରହିଥିବା ସଂପର୍କରେ ସେ ସୂଚନା ଦେଇଥିଲେ । ଏହାସହ ନିର୍ବାଚନମଣ୍ଡଳୀର ସମସ୍ତ ଉତ୍ତେଜନା ଓ ଅତି ଉତ୍ତେଜନା ପ୍ରବଣ ବୁଥ୍‍ ଗୁଡିକୁ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଗୁଆ ସୂଚନା ସଂଗ୍ରହ କରିବାକୁ ସେ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories