www.samajalive.in
Thursday, December 11, 2025
27.1 C
Bhubaneswar

ପଥରମୁଣ୍ଡା ଗାଁରେ ହାତୀ ଆତଙ୍କ ; ଅଳ୍ପକେ ବର୍ତ୍ତିଲେ ପରିବାର, ଖାଦ୍ୟ ଅନ୍ୱେଷଣରେ ଭଙ୍ଗାରୁଜା

ଆଗଲପୁର : ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣିପାଲି ପଞ୍ଚାୟତ ଅଧିନସ୍ଥ ପଥରମୁଣ୍ଡା ଗ୍ରାମର ଟଙ୍ଗେୁନୁ ପାଣ୍ଡେଙ୍କ ପରିବାର ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ଆଜି(ବୁଧୁବାର) ଭୋର ୫ ଟା ସମୟରେ ଟେଙ୍ଗୁନୁ ଉଠି ଶୌଚ କରିବାକୁ ଯିବା ସମୟରେ ଘରର ଅଳ୍ପ କିଛି ଦୂରରେ ହାତୀ ରହିଥିବାର ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଘରକୁ ଫେରି ଆସିଥିଲେ। ତାଙ୍କ ପରିବାର ସମସ୍ତ ସଦସ୍ୟ ଘର ଛାଡି ଚାଲିଯାଇଥିଲେ। ଏହାପର ହାତୀ ସିଧାସଳଖ ଟେଙ୍ଗୁନୁଙ୍କ ଘରକୁ ଯାଇ ଘରେ ଲାଗିଥିବା ଗ୍ରୀଲ କବାଟ ଗୁଡିକ ଭାଙ୍ଗି ଘର ଭିତରକୁ ପଶିଯାଇ ଘରରେ ଥିବା ଟିଭି, କୁଲର ତଥା ଅନେକ ଘରକରଣା ଜିନିଷ ଭାଙ୍ଗି ଚୁରମାର କରିଦେଇଛି। ଘରକୁ ପଶିବା ପରେ ଗ୍ରାମବାସୀ ଭୟବୀତ ହୋଇ ଅନ୍ୟ ଘରମାନଙ୍କୁ ପ୍ରବେଶ କରିବା ଆଶଙ୍କା କରିଥିଲେ। ସମସ୍ତେ ଏକତ୍ର ହୋଇ ହାତୀକୁ ଘଉଡାଇଥିଲେ। କିନ୍ତୁ ଏହି ହାତୀ ଆକ୍ରମଣରେ କୌଣସି ଲୋକଙ୍କ କ୍ଷତି ହୋଇ ନଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ହାତୀକୁ ଘଉଡାଇବା ପରେ ନିକଟରେ ଥିବା ଖଲିଆପଲି ସରକାରୀ ବିଦ୍ୟାଳୟର ଅଫିସ ଗୃହର କବାଟ ଭାଙ୍ଗି ଅଫିସ ଗୃହକୁ ପ୍ରବେଶ କରିଥିଲା ହାତୀ। ଭିତରେ ଥିବା ଚୌକି, ଟେବୁଲ ଭାଙ୍ଗିଦେଇଥିବା ଦେଖିବାକୁ ମିଲିଥିଲା। ଲୋକଙ୍କ ସୂଚନା ଅନୁସାରେ, ଏବେ ଜଙ୍ଗଲରେ ଖାଇବାକୁ ନପାଇ ଓ କ୍ଷେତମାନଙ୍କରେ ଧାନ ଫସଳ ନଥିବାରୁ ହାତୀଗୁଡିକ ବିଭିନ୍ନ ଗ୍ରାମକୁ ଖାଦ୍ୟ ଅନ୍ୱେଷଣରେ ଯାଉଥିବା ଅନୁମାନ କରାଯାଉଛି। ଏଣୁ ବନବିଭାଗ ପକ୍ଷରୁ ଏହାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ହାତୀ ଘଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories