www.samajalive.in
Friday, December 12, 2025
23.1 C
Bhubaneswar

ବୃଦ୍ଧି ପାଉଛି ବୁଲା କୁକୁରର ଦୌରାତ୍ମ୍ୟ

କଲମପୁର : ଦିନକୁ ଦିନ ବୃଦ୍ଧି ପାଉଛି ବୁଲା କୁକୁରର ଦୌରାତ୍ମ୍ୟ। କୁକୁର କାମୁଡାର ଶିକାର ହେଉଛନ୍ତି ବହୁ ଲୋକ । ପୁଣି ଶୁକ୍ରବାର ଏକ ବୁଲା କୁକୁର କାମୁଡାରେ ୪ଜଣ ଆହତ ହେବା ସହ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।
ସୁଚନା ଅନୁସାରେ ଶୁକ୍ରବାର ସକାଳେ ପାଜେନ ଗ୍ରାମର ଗାୟତ୍ରୀ ଦେବୀ ନାମକ ବୃଦ୍ଧା ନିଜ ଘର ସମ୍ମୁଖରେ ବସି ଚା’ ପିଉଥିବା ବେଳେ ହଠାତ ଏକ ବୁଲା କୁକୁର ଆସି ବୃଦ୍ଧାଙ୍କୁ କାମୁଡି ରକ୍ତାକ୍ତ କରି ଦେଇଥିଲା। ପୁଣି ସେଠାରୁ ଅଳ୍ପ ଦୂରରେ ଥିବା ହିତେଶ୍ୱରୀ ପଟେଲ ନାମକ ଜନୈକା ନାଁ ବାଳିକାକୁ ମଧ୍ୟ କୁକୁରଟି କାମୁଡି ଦେଇଥିଲା । ସେଠାରେ ଲୋକେ ଘଉଡାଇବା ପରେ ନିକଟସ୍ଥ ବାଗପଡା ପଟକୁ ଯାଇ ଘର ଦୁଆର ମୂହଁରେ ମସଲା ବାଟୁଥିବା ସୁଜାତା ହଂସ ନାମ୍ନି ମହିଳାଙ୍କୁ କୁକୁର କାମୁଡି ରକ୍ତାକ୍ତ କରି ଦେଇଥିଲା । ପରବର୍ତ୍ତି ସମୟରେ ବାଗପଡା ପଟରୁ ଗୁମାବାହାଲ ପଟକୁ କୁକୁର ଚାଲି ଆସି ଧରନୀପଡା ନିକଟରେ ଏକ ନାଳି ଖୋଳା କାମରେ ନିୟୋଜିତ ସୋମନାଥ ଶବର ନାମକ ଶ୍ରମିକକୁ ପଛପଟରୁ ଆସି କୁକୁରଟି କାମୁଡି ଦେଇଥିଲା। ସୋମନାଥକୁ କୁକୁର କାମୁଡିବା ପରେ ନିକଟରେ ଥିବା ଶ୍ରମିକ ମାନେ ସଂଘବଦ୍ଧ ଭାବେ କୁକୁରକୁ ମାରି ଦେଇଥିଲେ। କୁକୁର କାମୁଡାରେ ଆହତ ହେଇଥିବା ୪ ଜଣଙ୍କ ମଧ୍ୟରୁ କେବଳ ହିତେଶ୍ୱରୀ ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଇଥିବା ବେଳେ ଅନ୍ୟ ୩ଜଣ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଏଆରଭି ଚିକିତ୍ସା ପାଇଁ ଭର୍ତ୍ତି ହେଇଥିଲେ । କିନ୍ତୁ ଗାୟତ୍ରୀ ଦେବୀ ଏବଂ ସୁଜାତା ଅଧିକ ଆହତ ହେଇଥିବା କାରଣରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
କଲମପୁର ଅଞ୍ଚଳରେ ବୁଲା କୁକୁରଙ୍କ ଦୌରାତ୍ମ ଏବେ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ବୁଲା କୁକୁରଙ୍କ ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଅନ୍ୟପଟେ ଫାଷ୍ଟ ଫୁଡ ଦୋକାନ ବୃଦ୍ଧି ଯୋଗୁଁ ବୁଲା କୁକୁର ସବୁ ରକ୍ତମୁଖା ପାଲଟୁଛନ୍ତି । ତେଣୁ ପ୍ରସାସନ ଏଥିପାଇଁ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ କୁକୁର କାମୁଡାରେ ଜନ ଜୀବନ ପ୍ରଭାବିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories