www.samajalive.in
Monday, December 15, 2025
26.1 C
Bhubaneswar

ଓଡ଼ିଶା ହେବ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ କେନ୍ଦ୍ର

-ଭାରତକୁ କରାଯିବ ବିଶ୍ୱର ବୃହତ୍‌ ଡାଟା କେନ୍ଦ୍ର, -ଅନୁଗୋଳ, ଯାଜପୁର, ସମ୍ବଲପୁର, ଜୟପୁରରେ ଖୋଲିବ ବିପିଓ କେନ୍ଦ୍ର
-ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ

ଭୁବନେଶ୍ବର :ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଛି ଅତ୍ୟାଧୁନିକ ସୁବିଧାଯୁକ୍ତ ‘ଏସ୍‌ଟିପିଆଇ ଏଲିଟ’ ଏବଂ ସେକେଣ୍ଡାରି ଡାଟା କେନ୍ଦ୍ର। ଆଜି ରାଜଧାନୀ ଉପକଣ୍ଠସ୍ଥିତ ଗୋଠପାଟଣାଠାରେ ଏହି ନୂଆ କେନ୍ଦ୍ରକୁ କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ଆଇଟି ତଥା ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ ପ୍ରସାଦ କହିଛନ୍ତି ଯେ, ଏହି ସଫ୍ଟୱେର ଟେକ୍ନୋଲେ‌େ‌ାଜି ପାର୍କ ପୂର୍ବ ଭାରତର ସର୍ବବୃହତ କେନ୍ଦ୍ର। ଏହା ଓଡିଶା ଏବଂ ପୂର୍ବ ଭାରତରେ ଡିଜିଟାଲ କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂର କରିବାରେ ସହାୟକ ହେବ। ଏହା ଡିଜିଟାଲ ସମାବେଶୀକରଣକୁ ସୁଗମ କରିବ। ଦେଶର ଜନସଂଖ୍ୟା ପ୍ରାୟ ୧୩୦ କୋଟି ହୋଇଥିବାବେଳେ ୧୨୦ କୋଟି ମୋବାଇଲ ଫୋନ ରହିଛି। ସେଥିମଧ୍ୟରୁ ୪୫ କୋଟି ସ୍ମାର୍ଟଫୋନ। ୫୫ କୋଟି ଇଣ୍ଟରନେଟ ସଂଯୋଗ ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ସବୁ ଗ୍ରାମ ପଞ୍ଚାୟତକୁ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ୨୦୧୧ ରୁ ୨୦୧୪ ମଧ୍ୟରେ ମାତ୍ର ୩୫୮ କିମି ଅପ୍ଟିକାଲ ଫାଇବର ବିଛାଯାଇଥିବାବେଳେ ଏନଡିଏ ସରକାର ଆସିବା ପରେ ୨୦୧୪ ରୁ ୨୦୧୮ ମଧ୍ୟରେ ୨.୭୨ ଲକ୍ଷ କିମି ଅପ୍ଟିକାଲ ଫାଇବର ବିଛାଯାଇଛି। ଜନ-ଧନ ଯୋଜନା, ଆଧାର ଏବଂ ମୋବାଇଲ ଫୋନର ସମ୍ମିଶ୍ରଣରେ ଇ-କାରବାର ବୃଦ୍ଧି ପାଉଛି । ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ଯୋଜନାରେ ଦେଶର ହିତାଧିକାରୀଙ୍କୁ ୪ ଲକ୍ଷ କୋଟି ଟଙ୍କାର ସବ୍‌ସିଡି ପ୍ରଦାନ କରାଯାଇଛି। ଏହାଫଳରେ ୯୦,୦୦୦ କୋଟି ଟଙ୍କାର ବାଟମାରଣାକୁ ରୋକାଯାଇପାରିଛି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଲେ‌, ହାଇଡ୍ରୋକାର୍ବନର ସନ୍ଧାନ ଓ ଉତ୍ତୋଳନ କ୍ଷେତ୍ରରେ ଡାଟା ରିପୋଜିଟରୀ କେନ୍ଦ୍ରର ବୃହତ୍‌ ଭୂମିକା ରହିଛି। ଏପରିକି ତୈଳ ବ୍ଲକ୍ ନିଲାମୀ କ୍ଷେତ୍ରରେ ମଧ୍ୟ ଏଭଳି ଡାଟା କେନ୍ଦ୍ର ବିଶେଷ ଭାବେ ସହାୟକ ହେବ। ଦେଶ ଆଗରେ ସବୁଠୁ ବଡ ଆହ୍ବାନ ହେଉଛି ଟେକ୍ନୋ​‌େ​‌ଲାଜିରେ ପରିବର୍ତ୍ତନ। ଭାରତକୁ ବିଶ୍ୱର ବୃହତ ଡାଟା କେନ୍ଦ୍ରରେ ପରିଣତ କରିବା ଲାଗି ପଦକ୍ଷେପ ନିଆଯାଉଛି ା ଟେକ୍ନୋ‌େ​ଲାଜିର ପରିବର୍ତ୍ତନ ସହିତ ତାଳଦେଇ ଚାଲିବା ବାଘକୁ କାବୁ କରିବା ଭଳି କଥା। ଥରେ ବାଘକୁ କାବୁ କଲେ ଦିଗବିଜୟୀ କୁହାଯାଏ। ଏଥିରେ ଡରିଯିବା ତ ହାରିଯିବା। ଶିଳ୍ପ ବିପ୍ଲବ ୪.୦ ଏକ ବାଘ ଭଳି। ଏହାକୁ ସାମନା କରି ବିଜୟ ଲାଭ କଲେ ପ୍ରଗତି ଆମର ହେବ। ଭୁବନେଶ୍ୱରେ ଲୋକାର୍ପିତ ହୋଇଥିବା ଏସଟିପିଆଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏନକ୍ଲେଭ ଓଡିଆ ପିଲା ମାନଙ୍କର ଆବଶ୍ୟକତାକୁ ପୂରଣ କରିବ। ପୂର୍ବରୁ ଯେଉଁମାନେ ତୈଳ ଓ ଗ୍ୟାସର ଅନୁସନ୍ଧାନ ପାଇଁ ଅନୁମାନିକ ଭାବେ ଉଦ୍ୟମ କରୁଥିଲେ। ଓଡିଆ ପିଲାମାନେ ଏହି ଭବନରୁ ବସି ସାରା ଭାରତର ଡାଟାକୁ ବିଶ୍ଲେଷଣ କରିବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି।
ସମାରୋହରେ ଯୋଗଦେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଲେ, ଦେଶ ଭଳି ଓଡ଼ିଶାରେ ଇ‌େ​‌ଲକ୍‌​‌ଟ୍ରୋନିକ୍ସ ଏବଂ ଆଇଟି କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହେଉଛି।
ରାଜ୍ୟ ସରକାର ଆଇଟି ଏବଂ ଆଇଟିଇଏସ୍‌ କ୍ଷେତ୍ରକୁ ଅଧିକ ଅଗ୍ରାଧିକାର ଦେଉଛନ୍ତି । ଏହି କମ୍ପାନୀଗୁଡିକୁ ସମସ୍ତ ପ୍ରକାର ସବୁିଧାସୁଯୋଗ ଯୋଗାଇ ଦିଆଯାଉଛି । ଫଳସ୍ବରୂପ ଆଜି ରାଜ୍ୟରେ ଦେଶର ୫ ଅଗ୍ରଣୀ ଆଇଟି କମ୍ପାନୀ ସେମାନଙ୍କର କେନ୍ଦ୍ର ପରିଚାଳନା କରୁଛନ୍ତି । ଏବେ ଆଇଟି କମ୍ପାନୀଙ୍କ ପାଇଁ ଓଡ଼ିଶା ସବୁଠାରୁ ପସନ୍ଦଯୋଗ୍ୟ କ୍ଷେତ୍ରରେ ପରିଣତ ହୋଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଟିପିଆଇର ମହାନିର୍ଦେଶଡ. ଓମ୍‌କାର ରାୟ, ବରିଷ୍ଠ ନିର୍ଦେଶକ ଦେବେଶ ତ୍ୟାଗୀ ଏବଂ ଏସ୍‌ଟିପିଆଇର ନିର୍ଦେଶକ ମାନସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଧାନ ବିକ୍ରିକୁ ନେଇ ଅନିଶ୍ଚିତତାରେ ଚାଷୀ, ବିଶ୍ରାମ ଗୃହରେ ଭରିଲେ ଧାନ

ରେଙ୍ଗାଲିକ୍ୟାମ୍ପ: ଧାନ କିଣାକୁ ନେଇ ରାଜ୍ୟର ବିଭିନ୍ନ ଜାଗାରେ ଚାଷୀ କୂଳ...

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

Related Articles

Popular Categories