www.samajalive.in
Friday, December 12, 2025
26.1 C
Bhubaneswar

ପୋଷାକରେ କରୋନା କାହାଣୀ

ଇଲିନଏସ୍‌ରେ ରହୁଥିବା ୧୮ବର୍ଷର ଜଣେ ଯୁବତୀ ଏବେ ଇଣ୍ଟରନେଟ୍‌ରେ ଚର୍ଚ୍ଚିତ ହୋଇଯାଇଛନ୍ତି। ଏକାଧିକ ଟେପ୍‌ ବ୍ୟବହାର କରି ସେ ଏପରି ଏକ ପୋଷାକ ତିଆରି କରିଛନ୍ତି, ଯେଉଁଥିରେ କରୋନା କାହାଣୀ ବର୍ଣ୍ଣନା କରାଯାଇଛି। ପେଟୋନ୍‌ ମେଙ୍କର ନାମକ ଏହି ଯୁବତୀ ପ୍ରୋମ୍‌ ପୋଷାକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଚ୍ଛା କରିଥିଲେ। ଏହି ପ୍ରତିଯୋଗିତା ପେଟୋନ୍‌ଙ୍କ ପାଇଁ ଏକ ବଡ ଆହ୍ବାନ ଥିଲା। ସେ ଆରମ୍ଭରୁ ଲିଓନାର୍ଡୋ ଦା ଭିନ୍‌ସିଙ୍କ ଡିଜାଇନ୍ ଅନୁସାରେ ପୋଷାକ ତିଆରି କରିବାକୁ ଇଚ୍ଛା କରିଥିଲେ ବି ତାଲାବନ୍ଦ ଯୋଗୁ ସୁବିଧା ହୋଇନଥିଲା। ତେଣୁ ସେ କରୋନା ସଂକ୍ରମଣର କାହାଣୀକୁ ନେଇ ପୋଷାକ ପ୍ରସ୍ତୁତ କରିବାକୁ ଯୋଜନା କଲେ। ଏଥିପାଇଁ ତାଙ୍କୁ ୪୦୦ ଘଣ୍ଟା ସମୟ ଲାଗିଥିଲା। କାଳେ ସହପାଠିନୀମାନେ ତାଙ୍କ ପୋଷାକ ଦେଖି ପରିହାସ କରିବେ, ସେଥିପାଇଁ ସେ ଏହା ସେମାନଙ୍କଠାରୁ ଲୁଚାଇ ରଖିଲେ। ତେବେ ପେଟୋନ୍‌ଙ୍କ ମା’ ସୁଜି ନିଜ ଫେସ୍‌ବୁକ ଆକାଉଣ୍ଟରେ ପୋଷାକର ଫଟୋ ଶେୟାର କରିବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଲା। ଏହି ଫଟୋ ୨୫ହଜାର ଥର ଶେୟାର କରାଯାଇସାରିଲାଣି। ଏଥିରେ ସେ ମାସ୍କ ପିନ୍ଧିଥିବା ଡାକ୍ତର, କରୋନା ପ୍ରଭାବରୁ ମୁକ୍ତ ରହିବା ଲାଗି ଭୟରେ ଧାଉଁଥିବା ଲୋକ, ଏପରିକି ଏହି ମହାମାରୀ ଦେଖି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଥିବା ଲୋକଙ୍କୁ ଦେଖାଇଛନ୍ତି। ପ୍ରୋମ୍‌ ପ୍ରତିଯୋଗିତା ଜୁଲାଇ ୨୧ରେ ହେବାକୁ ଥିବା ବେଳେ ତାଙ୍କ ପୋଷାକ ସାରା ବିଶ୍ବରେ ଏତେ ଚର୍ଚ୍ଚିତ ହୋଇସାରିଥିବା ଦେଖି ପେଟୋନ୍‌ ଖୁସିରେ ଆତ୍ମହରା ହୋଇଯାଇଛନ୍ତି। ବିଶ୍ବବାସୀଙ୍କର ପ୍ରଶଂସା ପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ପ୍ରତିଯୋଗିତାରୁ ଯାହା ଅର୍ଥ ମିଳିବ, ସେସବୁ ସେ କଲେଜ ପାଣ୍ଠିରେ ଜମା କରିଦେବେ ବୋଲି ପେଟୋନ୍‌ କହିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories