www.samajalive.in
Saturday, December 6, 2025
19.1 C
Bhubaneswar

ବିଶ୍ବର ସବୁଠୁ ଦାମୀ ଫଳ ଓ ପରିବା

ସାଧାରଣତଃ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ଅଦିନିଆ ଫଳ ଓ ପନିପରିବା ଚଢ଼ା ଦରରେ ବିକ୍ରି ହୋଇଥାଏ। ଏକକ ସମୟରେ ଭାରତରେ ମଧ୍ୟ ପିଆଜ କିଲୋ ପିଛା ୧୦୦ ଟଙ୍କା ଓ ଟମାଟୋ ୧୦୦-୧୫୦ଟଙ୍କା କିଲୋ ପିଛା ବିକ୍ରି ହୋଇଥିଲା। ଅନ୍ୟ ଋତୁ ତୁଳନାରେ ବର୍ଷାଦିନେ ଫଳ ଓ ପନିପରିବା ମୂଲ୍ୟ ଚଢ଼ା। ଏହା ବାଦ୍ ଏଭଳି କେତୋଟି ବଜାର ଅଛି, ଯେଉଁଠାରେ ନିୟମିତ ଭାବେ ଚଢ଼ା ଦରରେ ଫଳ ଓ ପନିପରିବା ମିଳେ। ଜାଣିରଖନ୍ତୁ ଯେ ଏସବୁର ବିକ୍ରି ମଧ୍ୟ ଜୋରସୋରରେ ହୋଇଥାଏ। ସମ୍ଭ୍ରାନ୍ତ ଓ ଧନିକ ବର୍ଗର ଗ୍ରାହକଙ୍କ ଭିଡ଼ ନିୟମିତ ଏଠାରେ ଦେଖିବାକୁ ମିଳେ।

ଜାପାନର ଟୋକିଓର ଏକ ଦୋକାନରେ ‘ମାତୁସୁତକେ ଛତୁ ମିଳିଥାଏ। ଏହି ବିଶେଷ ଧରଣର ଛତୁ ନିୟମିତ ପ୍ରାୟ ୫୦୦ କିଲୋ ବିକ୍ରି ହେଉଥିବାର ତଥ୍ୟ ମିଳିଛି। ଗୋଟିଏ ପାଉଣ୍ଡ ଛତୁର ମୂଲ୍ୟ ୨୭୦ ଡଲାର ବୋଲି ପ୍ରକାଶ। ଏହି ଛତୁ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି। ବିଶ୍ବର ପ୍ରମୁଖ ପ୍ରାନ୍ତକୁ ଏଠାରୁ ଛତୁ ପ୍ରେରଣ ହୋଇଥାଏ। ନୂଆ ବର୍ଷ ଅବସରରେ ଇଉରୋପର ନାମୀଦାମୀ ପଞ୍ଚତାରକା ହୋଟେଲରେ ‘ହ୍ବାଇଟ୍ ଟ୍ରଫଲ୍ ବ୍ୟବହୃତ ହୋଇ ବିଭିନ୍ନ ବ୍ୟଞ୍ଜନ ପରଷା ଯାଇଥାଏ। ଗୋଟିଏ ପାଉଣ୍ଡ ଟ୍ରଫଲର ମୂଲ୍ୟ ୯୪୫ ଡଲାର। କେକ୍, ପ୍ୟାଷ୍ଟ୍ରି,, ପିଜ୍ଜାରେ ହିଁ ଏହି ଟ୍ରଫଲ୍ ବ୍ୟବହାର କରାଯାଉଥିବାର ରୋଷେୟାମାନେ କହିଛନ୍ତି।

- Advertisement -

ଅତିବେଶୀରେ କଦଳୀ ଡଜନ୍ ପିଛା ୭୦ ରୁ ୯୦ ଟଙ୍କା ମୂଲ୍ୟରେ ବିକ୍ରି ହୁଏ। ହେଲେ କଳାକାର ଷ୍ଟିଫେନ୍ ବ୍ରୁସଚେଙ୍କ ଡିଜାଇନ୍ କଦଳୀ ଗୋଟା ପିଛା ୩,୫୦୦ ଡଲାରରେ ବିକ୍ରି ହୋଇଥାଏ। ବିଶ୍ବର ଧନିକ ବର୍ଗର ଲୋକେ ସେମାନଙ୍କ ଘରେ ଉତ୍ସବରେ ଏହି ବିଶେଷ ଡିଜାଇନ୍ କଦଳୀ ଅତିଥିଙ୍କୁ ପରଷିଥାନ୍ତି।   

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories