www.samajalive.in
Saturday, December 13, 2025
26.1 C
Bhubaneswar

ଆସନ୍ତା ମାସ ୩୧ରେ ଉନ୍ମୋଚିତ ହେବ ‘ଷ୍ଟାଚ୍ୟୁ ଅଫ ୟୁନିଟି’

ନୂଆଦିଲ୍ଲୀ : ଗୁଜରାଟର ନର୍ମଦା ଜିଲ୍ଲାରେ ଆସନ୍ତା ମାସ ୩୧ ତାରିଖରେ ଲୌହମାନବ ସର୍ଦ୍ଦାର୍‍ ବଲ୍ଲଭ ଭାଇ ପଟେଲ୍‍ଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାନ୍‍ ରାଜ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର୍‍ ବଲ୍ଲଭ ଭାଇ ପଟେଲ୍‍ଙ୍କ ଜୟନ୍ତ୍ରୀ ଅବସରରେ ଏଇ ବିଶାଳ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ। ଏକତାର ନିଦର୍ଶନ ସ୍ୱରୂପ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ନାମରେ ଏହି ବିଶାଳ ପ୍ରତିମୂର୍ତ୍ତି ହେବ ପୃଥିବୀର ସବୁଠାରୁ ବଡ଼ ସ୍ମାରକ ସ୍ଥଳ।

ସର୍ଦ୍ଦାର ସରୋବର ନଦୀବନ୍ଧର ଏକ କିଲୋମିଟର ଦୂରତାରେ ନର୍ମଦା ନଦୀରେ ଥିବା ଏକ ଛୋଟ ଦ୍ୱୀପ ନିକଟରେ ସାଧୁ ବେଟ୍‍ଠାରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କେତେକ ଲୋକ ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟିତ ଥିବାବେଳେ ସର୍ଦ୍ଦାର ପଟେଲ୍‍ଙ୍କର ଏହି ବିଶାଳ ପ୍ରତିମୂର୍ତ୍ତି ଏକତାର ଏକ ସ୍ମାରକୀ ହୋଇ ରହିବ ବୋଲି ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories