www.samajalive.in
Sunday, December 7, 2025
18.1 C
Bhubaneswar

ନୂଆବର୍ଷ ପୂର୍ବରୁ ଆଇଏଏସ ଅଧିକାରୀଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର

ଭୁବନେଶ୍ବର : ନୂଆବର୍ଷ ୨୦୨୧ର ଗୋଟିଏ ଦିନ ପୂର୍ବରୁ ଆଇଏଏସ ଅଧିକାରୀ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗର ସଚିବ ଦାୟିତ୍ବ ତୁଲାଉଛନ୍ତି ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି।ଆଇଏଏସ ଅଧିକାରୀ ସଞ୍ଜିବ ଚୋପ୍ରାଙ୍କୁ ଜିଏ ଓ ପିଜି ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ। ଆଇଏଏସ ଅଧିକାରୀ ଶାଶ୍ବତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଭାବରେ ପଦୋନ୍ନୋତି ମିଳିଛି। ଏହାସହ ସେ ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ । ସେହିଭଳି ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଦାୟିତ୍ବ ସହ ସହଯୋଗ ବିଭାଗ କମିଶନର ଦାୟିତ୍ବରେ ପଦୋନ୍ନତି ଦିଆଯାଇଛି।

ଏହାସହ ଆଇଏଏସ ଅଧିକାରୀ ବିଶାଳ କୁମାର ଦେବଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଦିଆଯାଇଛି।  ଆଇଏଏସ ଅଧିକାରୀଙ୍କୁ ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । ଆଇଏଏସ ଅଧିକାରୀ ରତ୍ନାକର ରାଉତଙ୍କୁ ପଶୁ ସମ୍ପଦ ବିଭାଗର ଅତିରିକ୍ତ କମିଶନର ଦାୟିତ୍ବ ଦିଆଯାଇଛି ।

- Advertisement -

ଏଥି ସହିତ ଆଇଏଏସ ହେମାକାନ୍ତ ସାଏ, ନିଖିଲ ପବନ କଲ୍ୟାଣ, ଅନୁପମ ସାହା, ମନୀଷ ଅଗ୍ରୱାଲ, ବିନୀତ ଭରଦ୍ବାଜ, ପୋମା ଟୁଡୁ, ସ୍ମୃତି ରଞ୍ଜନ ପ୍ରଧାନ, ସିଦ୍ଧାର୍ଥ ଦାସ, ଧନଞ୍ଜୟ ହେମ୍ବ୍ରମ, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ ନାୟକ, ବଟକୃଷ୍ଣ ଦେଉରୀ, ଭୂପିନ୍ଦ୍ର ସିଂହ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ୍‌. ମୁଥୁକୁମାର, ବି. ପରମେଶ୍ବର, ଗୁହା ପୁନମ ତାପସ କୁମାର, ମାଗୁନି ଚରଣ ପାତ୍ର,  ବୃନ୍ଦାବନ ବେହେରା, ପି. ଅନ୍ବେଷା ରେଡି, ବୀର ବିକ୍ରମ ଯାଦବ, ପାଟିଲ ଆଶିଷ ଈଶ୍ବର, ଦିବାକର ଟି.ଏସ୍‌ଙ୍କୁ ମିଳିଲା ପଦୋନ୍ନତି।

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories