www.samajalive.in
Saturday, December 6, 2025
26.1 C
Bhubaneswar

ଜଗତସିଂହପୁର ପ୍ରବାସୀ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଯୋଗୁ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ଶୁକ୍ରବାର ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତି ତଥା ପୂର୍ବତନ ସାସଂଦ ବିଭୁ ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଛନ୍ତି। ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କଟିଜଙ୍ଗୀ ଗାଁର ଏକ ଦମ୍ପତିଙ୍କର ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଗତ ଜୁନ୍‍ ୩୦ ତାରିଖ ଦିନ ନିଲିପ୍ତ ଭୋଳ ଏବଂ ତାଙ୍କ ପତ୍ନୀ ସୁଭଦ୍ରା ସ୍ୱାଇଁ ତେଲେଙ୍ଗାନାରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ। ଜୁଲାଇ ୧ ତାରିଖରେ ହଠାତ୍‍ ନିଲିପ୍ତ ଭୋଳଙ୍କ ଦେହ ଖରାପ ହେବା ଯୋଗୁଁ ତାଙ୍କ ସ୍ତ୍ରୀ ତାଙ୍କୁ ଜଗତସିଂହପୁର ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା। ପରଦିନ ହଠାତ୍‍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସମୟରେ ତାଙ୍କ ପତ୍ନୀ ମେଡିକାଲ ଡ୍ୟୁଟିରେ ଥିବା ସିଡିଏମଓ ବିଜୟ ପଣ୍ଡା ଏବଂ ଡା. ଅଜୟ ସ୍ୱାଇଁଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଗୁରୁତର ହୋଇଥିବା ନିଲିପ୍ତଙ୍କୁ ଚିକିତ୍ସା କରିନଥିଲେ। ଚିକିତ୍ସା ଅଭାବରୁ ଦୀର୍ଘ ୧୪ ଘଣ୍ଟା ୩୦ ମିନିଟ ପରେ ନିଲିପ୍ତଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁକୁ ସହି ନ ପାରି ତାଙ୍କ ପତ୍ନୀ ସେହି ମେଡିକାଲରେ ନିଜ ହାତକୁ ଏକ ଧାରୁଆ ଅସ୍ତ୍ରରେ କାଟିପକାଇଥିଲେ। ମେଡିକାଲର ଷ୍ଟାଫ ଏହି ଘଟଣା ଦେଖିବା ପରେ ବି କେହି ତାଙ୍କୁ ଉଦ୍ଧାର କରିନିଥିଲେ। ପରେ ସେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ। ପ୍ରଶାସନିକ ଏବଂ ଡାକ୍ତରଙ୍କ ଅବହେଳା ଯୋଗୁଁ ଦୁଇ ଦୁଇଟି ଅମୂଲ୍ୟ ନିରୀହ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଥିଲା।

- Advertisement -

ଅପର ପକ୍ଷରେ ଏହି ଘଟଣାକୁ ଏକ ସପ୍ତାହରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ ଅପରାଧୀଙ୍କୁ ଧରିନାହିଁ କି କୌଣସି ତଦନ୍ତ କରୁନାହିଁ। ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଏସସି ମୋର୍ଚ୍ଚା ସଭାପତି ତଥା ପୂର୍ବତନ ସାସଂଦ ବିଭୁ ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି।

ଏହି ପ୍ରତିନିଧୀ ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ଦେବବ୍ରତ ଦାସ, ସଂଜୟ ମହାନ୍ତି ଏବଂ ମୋହିତ ମହାନ୍ତି ପ୍ରମୁଖ ସାମିଲ ଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories