www.samajalive.in
Sunday, December 7, 2025
26.1 C
Bhubaneswar

ମହାକୁମ୍ଭରେ ଦଳାଚକଟା: ୧୦ରୁ ଉର୍ଦ୍ଧ୍ବ ମୃତ ! ଆଜି ପାଇଁ ଅମୃତ ସ୍ନାନ ବାତିଲ୍

ପ୍ରୟାଗରାଜ : ମୌନୀ ଅମାବାସ୍ୟାରେ  ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଛି।  ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକଟା ହୋଇଛି। ଠେଲାପେଲା ଯୋଗୁଁ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଏହି ଅଘଟଣ ଘଟିଛି। ମହାକୁମ୍ଭରେ ଆଜି ୩ୟ ସାହି ସ୍ନାନ ଥିବାରୁ ଲକ୍ଷାଧିକ ଲୋକଙ୍କର ଭିଡ ଜମିଥିଲା। ଆଜି ମୌନୀ ବ୍ରତ ଥିବାରୁ ମୌନ ଥିବା ସାଧୁ ସନ୍ଥ ମଧ୍ୟ ଉପସ୍ଥିତ ରହିଥିଲେ। ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ଵରୂପ ଆଜି ପାଇଁ ଆଖଡା ପରିଷଦ ଅମୃତ ସ୍ନାନ ବାତିଲ୍ କରିଛି। ଅମୃତ ସ୍ନାନ ବାତିଲ୍ ସହ ଆଜି କୌଣସି ଶୋଭାଯାତ୍ରା ବାହାରିବନି। ବସନ୍ତ ପଞ୍ଚମୀରେ ଅମୃତ ସ୍ନାନ କରିବାକୁ ଆଖଡା ପରିଷଦ ପକ୍ଷରୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ସ୍ଥିତିକୁ ମନିଟରିଂ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏ ନେଇ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପିଏମ୍ ମୋଦୀ। ଏବଂ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories