ମଙ୍ଗୋଲିଆ ଗସ୍ତରେ ସୁଷମା ସ୍ୱରାଜ

0

ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଚୀନ ଗସ୍ତ ଶେଷ କରି ମଙ୍ଗୋଲିଆରେ ପହଞ୍ଚିଛନ୍ତି । ବିଭିନ୍ନ ପ୍ରସଙ୍ଗ ନେଇ ସେ ମଙ୍ଗୋଲିଆର ବୈଦେଶିକ ମନ୍ତ୍ରୀ ଡି. ସୋଗତବାତରଙ୍କ ସହ ଆଲୋଚନା କରିଛନ୍ତି । ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସ୍ୱରାଜ କହିଛନ୍ତି ନୂଆ ନୂଆ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସେଗୁଡ଼ିକୁ ଚିହ୍ନଟ କରିବାକୁ ଓ ଦ୍ୱିପାକ୍ଷିୟ ବାଣିଜ୍ୟ ତଥା ପୁଞ୍ଜିନିବେଶ ବୃଦ୍ଧି କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି । ମୌଳିକ ଭିତ୍ତିଭୂମୀ ବିକାଶ, ଶକ୍ତି, ସେବା ଓ ଆଇ.ଟି ଆଦି କ୍ଷେତ୍ରରେ ଅର୍ଥନୈତିକ ସହଯୋଗ ବୃଦ୍ଧି ସଂକ୍ରାନ୍ତରେ ଉଭୟ ଆଲୋଚନା କରିଛନ୍ତି ।

ଦୀର୍ଘ ୪୨ବର୍ଷର ବ୍ୟବଧାନ ପରେ ମଙ୍ଗୋଲିଆ ଗସ୍ତ କରିବାରେ ଶ୍ରୀମତୀ ସ୍ୱରାଜ ହେଉଛନ୍ତି ଦେଶର ପ୍ରଥମ ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି ପୂର୍ବଏସୀୟ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କ ବୃଦ୍ଧି ଦିଗରେ ମଙ୍ଗୋଲିଆ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି ଓ ଏହି ଅଞ୍ଚଳରେ ଅର୍ଥନୈତିକ ବିକାଶ ତଥା ଶାନ୍ତି ଓ ସ୍ଥିରତା ପାଇଁ ମଙ୍ଗୋଲିଆର ସାମାଜିକ-ଅର୍ଥନୈତିକ ବିକାଶ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ମଙ୍ଗୋଲିଆ କେବଳ ଭାରତର ଏକ ସହଯୋଗୀ ରାଷ୍ଟ୍ର ନୁହେଁ ଏହା  ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଡୋଶୀ ଦେଶ । ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ମଙ୍ଗୋଲିଆ ଗସ୍ତ ଦେଶର କୌଣସି ପ୍ରଧାନମନ୍ତ୍ରୀଙ୍କର ସେଠାକୁ ପ୍ରଥମ ଗସ୍ତ ଥିଲା । ଏହା ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କରେ ଉନ୍ନତି ଆଣିପାରିଥିଲା । ସୂଚନା ଯୋଗ୍ୟ ଯେ ଶ୍ରୀମତୀ ସ୍ୱରାଜ ଦୁଇଦିନିଆ ମଙ୍ଗୋଲିଆ ଗସ୍ତରେ ଯାଇଛନ୍ତି ।

Leave A Reply