www.samajalive.in
Sunday, December 14, 2025
26.1 C
Bhubaneswar

ମଟର ସାଇକଲ ଶୋଭାଯାତ୍ରା ସହ ଶ୍ରୀରାମ ରଥ ପରିକ୍ରମା

କଲମପୁର : ପବିତ୍ର ଶ୍ରୀରାମ ନବମୀ  ଅବସରରେ କଲମପୁର ଶ୍ରୀରାମ ରଥ ପରିକ୍ରମା କମିଟି ତରଫରୁ ଶ୍ରୀ ରାମ ଚନ୍ଦ୍ରଙ୍କୁ ଏକ ଭବ୍ୟ ରଥରେ ସମଗ୍ର କଲମପୁର ବ୍ଲକ ଅଂଚଳ ପରିକ୍ରମା କରାଯାଇଛି। ପ୍ରଥମେ ଖଙ୍ଗାରଗୁଡା ସ୍ଥିତ ଐତିହାସିକ ଇଟେଇଡଙ୍ଗରୀ ପାହାଡର ହନୁମାନ ବାଟିକା ପରିସରରେ ଥିବା ପ୍ରଭୂ ଶ୍ରୀରାମ ଚନ୍ଦ୍ରଙ୍କ ମନ୍ଦିରରେ କର୍ତ୍ତା ଦାୟିତ୍ୱରେ ଥିବା ଭାରତ ଭୁଷଣ ମୁଣ୍ଡଙ୍କ ଦ୍ୱାରା ଶ୍ରୀ ରାମ ଲାଲାଙ୍କୁ ପୂଜା ଅର୍ଚ୍ଚା କରାଯାଇଥିଲା। ଏହାପରେ ଖଙ୍ଗାରଗୁଡା ଗ୍ରାମ ପରିକ୍ରମା କରିବା ସହ ପାତ୍ରବସା, ପଣ୍ଡିଗାଁ, କଲମପୁର, ଦେପୁର, ବଙ୍କାପଲା, ଭେଲାଗାଁ, ଧନପୁର ଦେଇ ଦୁଲକିବନ୍ଧ, ବିଜମରା ପାଣିଗାଁ ଏବଂ ଶେଷରେ ବର୍ଚ୍ଛି ଶ୍ରୀ ରାମ ମନ୍ଦିର ପରିସରରେ ଏହି ରଥ ପହଂଚିଥିଲା।

- Advertisement -

ପ୍ରତ୍ୟେକ ସ୍ଥାନରେ ନିଜର ଆରାଧ୍ୟ ଦେବ ଶ୍ରୀ ରାମ ଚନ୍ଦ୍ରଙ୍କ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯୀଇଥିଲା। ରାସ୍ତାକଡରେ ଥିବା ଗାଁ ଗୁଡିକର ପ୍ରତ୍ୟେକ ପରିବାର ନିଜ ନିଜ ଘର ଦ୍ୱାରରେ ଶୁଭ କଳସ ସ୍ଥାପନ କରି ଶ୍ରୀ ରାମଙ୍କ ପୂଜାର୍ଚ୍ଚନା କରିଥିଲେ। କଲମପୁର ହନୁମାନ ମନ୍ଦିର, ଦେପୁର ଜଗନ୍ନାଥ ମନ୍ଦିର, ଡଙ୍ଗରୀଗୁଡା ତ୍ରୈଲୋକେଶ୍ୱର ଶିବମନ୍ଦିର, ଭେଲଗାଁ ରାଧାକୃଷ୍ଣ ମନ୍ଦିର, ପ୍ରମୁଖ ସ୍ଥାନରେ ମଟରସାଇକଲ ଶୋଭାଯାତ୍ରାରେ ସାମିଲ ଥିବା ଶତାଧିକ ଯୁବକଙ୍କୁ ସ୍ୱାଗତ କରାଯାଇଥିଲା। ବଡକୁଟୃ ଛକ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଶୋଭାଯାତ୍ରାରେ ସାମିଲ ଭକ୍ତଙ୍କୁ ଅନ୍ନ ଭୋଗ ପ୍ରଦାନ କରାଯାଇଥିଲା। ବିଜୟ ଦେବ ସାହୁ, ସୁଧାଂଶୁ ଶେଖର ସାହୁ, ପୁଣ୍ଡରୀକାକ୍ଷ ନାଏକ, ସୁଧିର ରାଉତ ପ୍ରମୁଖ ରଥ ସଂଚାଳନର ନେତୃତ୍ୱ ନେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories