www.samajalive.in
Wednesday, December 10, 2025
16.1 C
Bhubaneswar

ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବିଶ୍ବକପ୍‌-୨୦୨୨, ସମ୍ଭାବ୍ୟ ଭାରତୀୟ ଶିବିରରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଶ୍ରୀଦେବୀ

କଟକ: ଭାରତରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ-୨୦୨୨ ଆୟୋଜିତ ହେବ। ଆୟୋଜକ ଭାରତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି​‌ବ। ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଭାରତୀୟ ଦଳ ପ୍ରସ୍ତୁତି ଲାଗି ୧୫ ବର୍ଷରୁ କମ୍‌ ଖେଳାଳିଙ୍କୁ ନେଇ ବିଭିନ୍ନ ରାଜ୍ୟରେ ମନୋନୟନ ଶିବିର ଆୟୋଜିତ ହୋଇଥିଲା। ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଶିବିରରେ ଓଡ଼ିଶା ଖେଳାଳି ଅଂଶଗ୍ରହଣ କରିଥିଲେ। ମନୋନୟନ ଶିବିରରୁ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଶ୍ରୀଦେବୀ ହାଁସଦା ଜାତୀୟ ଶିବିର ଲାଗି ମନୋନୀତ ହୋଇଛନ୍ତି। ମୟୁରଭଞ୍ଜର ଶ୍ରୀଦେବୀ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ। ଶ୍ରୀଦେବୀ ଓଡ଼ିଶା ୧୭ ବର୍ଷରୁ କମ୍‌ ବାଳିକା ଫୁଟବଲ ଦଳର ଅଧିନାୟିକା ଦାୟିତ୍ବ ତୁଲାଇଛନ୍ତି। ୨୦୨୦ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ଖେଳିବା​‌ ନେଇ ଓଡ଼ିଶାର ମଞ୍ଜୁ ଗଞ୍ଜୁ ଓ ଜ୍ୟୋତି କୁମାରୀ ଆଶା ରଖିଥିଲେ ମଧ୍ୟ କରୋନା ମହାମାରୀ ପାଇଁ ଏହି ବିଶ୍ବକପ୍‌ ବାତିଲ ହୋଇ ଯାଇଥିଲା। ଫଳରେ ମଞ୍ଜୁ ଓ ଜ୍ୟୋତି ନିରାଶ ହୋଇଥିଲେ। ଏବେ ଶ୍ରୀଦେବୀ ସମ୍ଭାବ୍ୟ ଶିବିର ଲାଗି ମନୋନୀତ ହେବା ଫିଫା ମହିଳା ବିଶ୍ବକପରେ ଓଡ଼ିଆଙ୍କ ପ୍ରତିିନିଧିତ୍ବ ନେଇ ଆଶା ସଞ୍ଚାର କରିଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories