ପାକିସ୍ତାନ ଜାତିସଂଘକୁ ଲେଖିଥିବା ପତ୍ର ଉପରେ କହିଲା ଭାରତ- ଏହାର କୌଣସି ମୂଲ୍ୟ ନାହିଁ, ବେକାରରେ ମହତ୍ୱ ଦିଅନି

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ବିଚଳିତ ହୋଇପଡିଛି। କାଶ୍ମୀର ପ୍ରସଙ୍ଗରେ ବିଶ୍ୱ ସମୂଦାୟର ସମର୍ଥନ ପାଇବା ପାଇଁ ଚେଷ୍ଟା କରି ପାକିସ୍ତାନ ବାରମ୍ବାର ବିଫଳ ହେଉଛି। ନିକଟରେ ଇମ୍ରାନ ସରକାରଙ୍କ ମାନବାଧିକାର ମନ୍ତ୍ରୀ କାଶ୍ମୀରକୁ ନେଇ ମିଳିତ ଜାତସଂଘକୁ ଏକ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ। ଏହା ଉପରେ ଭାରତ ବିଦେଶ ମନ୍ତ୍ରାଳୟ ଗୁରୁବାର ସାମ୍ବାଦିକ ସମ୍ମିଳନୀ ଯୋଗେ ନିଜ ପ୍ରତିକ୍ରିୟା ରଖିଛି। ଭାରତ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାକିସ୍ତାନ ପତ୍ରର ମୂଲ୍ୟ ପତ୍ର ଲେଖାଯାଇଥିବା ସେହି କାଗଜର ମୂଲ୍ୟ ସହ ସମାନ ନୁହେଁ।

prayash

ପାକିସ୍ତାନର ମନ୍ତ୍ରୀମାନେ ବାରମ୍ବାର କାଶ୍ମୀର ପ୍ରସଙ୍ଗରେ ଉତ୍ତେଜକ ଭାଷଣ ଦେଉଛନ୍ତି। ପାକିସ୍ତାନ ଦାୟିତ୍ୱବିହୀନ ଟିପ୍ପଣୀ ଦେଇ ଆମ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛି ଓ ଆମେ ଏହାର ତୀବ୍ର ନିନ୍ଦା କରୁଛୁ। ପାକିସ୍ତାନ ଉତ୍ତେଜକ ଭାଷଣ ମାଧ୍ୟମରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛି, ହେଲେ ବାସ୍ତବତା ଭିନ୍ନ ରହିଛି। ବିଶ୍ୱ ଏବେ ପାକିସ୍ତାନର ଏହି ଯୋଜନାକୁ ବୁଝିପାରିଛି। ଏବେ କେହି ପାକିସ୍ତାନର ମନଗଢା କଥା ଶୁଣିବେ ନାହିଁ। ପାକିସ୍ତାନ ଏବେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଚେଷ୍ଟା କରୁଛି। ଜାମ୍ମୁ କାଶ୍ମୀରର କୌଣସି ହସ୍ପିଟାଲରେ ଔଷଧର ଅଭାବ ନାହିଁ। କେଉଁଠି ବି ଗୋଟିଏ ଗୁଳି ଚଲାଯାଇନି, ଧନ ଓ ଜୀବନ କ୍ଷତିର ଖବର ନାହିଁ। ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେଉଛି।

kalyan agarbati

Comments are closed.