www.samajalive.in
Saturday, December 6, 2025
23.1 C
Bhubaneswar

ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟାର ସରଳ ସମାଧାନ

ପ୍ରତ୍ୟେକ ଦିନ ସକାଳ ସମୟରେ ଜିରା ଓ ଜୁଆଁଣୀ ପାଣି ପିଇବା ଦ୍ୱାରା ଏସିଡ଼ିଟି, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ। ତେଣୁ ପେଟ ପାଇଁ ଏହା ଖୁବ ଉପକାରୀ।
ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ଖାଦ୍ୟ ଭଲ ଭାବେ ହଜମ କରିଥାଏ।
ସଠିକ ସମୟରେ ଭୋକ ହୋଇଥାଏ।
ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ…..
ଏକ ଗ୍ଲାସରେ ପାଣି ନିଅନ୍ତୁ। ଏଥିରେ ଅଳ୍ପ ଜିରା ଓ ଜୁଆଁଣୀ ମିଶାନ୍ତୁ। ରାତି ଯାକ ଏହାକୁ ବତୁରାଇ ରଖନ୍ତୁ।
ସକାଳୁ ଉଠିବା ପରେ ଏହାକୁ ପିଅନ୍ତୁ। ଏଥିରେ ସମାନ୍ୟ ଅଦା ମଧ୍ୟ ମିଶାଇ ପାରିବେ।
ଆୟୁର୍ବେଦରେ ମଧ୍ୟ ଜିରା ଓ ଜୁଆଁଣୀର ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।
ମାଲିସ –
ତେଲକୁ ଗରମ କରି ଶରୀରର ଯନ୍ତ୍ରଣା ହେଉଥିବା ସ୍ଥାନରେ ଧୀରେ ଧୀରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। କିଛି ସମୟ ତେଲ ଲଗାଇ ମାଲିସ କରିବା ପରେ ବିଶ୍ରାମ ନିଅନ୍ତୁ। ଏହି ସମସ୍ୟା ଦୂର ହେବ।
ଲୁଣ ପାଣି ଓ ତେଲ –
ଗାଧୋଇବା ସମୟରେ ଅଳ୍ପ ଉଷୁମ ପାଣିରେ ଲୁଣ ୨କପ ପକାଇ ଏହାକୁ ବେକ କିମ୍ବା ଯନ୍ତ୍ରଣା ହେଉଥିବା ସ୍ଥାନରେ ଢାଳନ୍ତୁ। ଏହା ପରେ ଅଳ୍ପ ତେଲ ଲଗାଇ କିଛି ସମୟ ରୁହନ୍ତୁ। ପରେ ଯେପରି ସାଧା ପାଣିରେ ଗାଧୋଇବା ଆବଶ୍ୟକ ଗାଧାନ୍ତୁ। ଏପରି ସପ୍ତାହକୁ ୩ ରୁ ୪ ଥର କରନ୍ତୁ। ଏପରି କରିବା ଦ୍ୱାରା ନିୟମିତ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ହଳଦୀ ଓ କ୍ଷୀର –
ହଳଦୀ ଓ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଶରୀରରେ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ କ୍ଷୀରରେ ୧ଚାମଚ ହଳଦୀ ମିଶାଇ ନିୟମିତ ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଯେତେ ଉପକାରୀ ସମସ୍ତ ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories