www.samajalive.in
Sunday, December 7, 2025
23.1 C
Bhubaneswar

ଦୁଇ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଆୟକର ବିଭାଗର ଦୁଇ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି। ସେହି ଦୁଇ ଜଣ ହେଉଛନ୍ତି ଗୋପାଳ ମୁଖାର୍ଜୀ ଏବଂ ଡି. ଡି. ଗୋୟଲ। କମିଶନ ଏକ ବିଜ୍ଞପ୍ତିରେ କହିଛନ୍ତି, ୧୯୮୦ ବ୍ୟାଚର ରାଜସ୍ୱ ଅଧିକାରୀ ଗୋପାଳ ମୁଖାର୍ଜୀଙ୍କୁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଏବଂ ୧୯୮୨ ବ୍ୟାଚର ରାଜସ୍ୱ ଅଧିକାରୀ ଡି. ଡି. ଗୋୟଲଙ୍କୁ ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡର ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି। ଉଭୟ ମୁଖାର୍ଜୀ ଓ ଗୋୟଲଙ୍କ ଆୟକର ବିଭାଗ ଦ୍ୱାରା ଟିକସ ଠକେଇ ମାମଲାରେ ଚଢ଼ାଉ କରିବା ଏବଂ ଖାନତଲାସୀ କରିବା କ୍ଷେତ୍ରରେ ଅଭିଜ୍ଞତା ରହିଥିବା କମିଶନ କହିଛନ୍ତି। ପୂର୍ବରୁ କମିଶନ ଶୈଳେନ୍ଦ୍ର ହାଣ୍ଡା ଏବଂ ମଧୁ ମହାଜନଙ୍କୁ ଗୁଜୁରାଟ ଓ କର୍ଣ୍ଣାଟକ ପାଇଁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories