ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ ଖୁଲାସା କରିଛନ୍ତି ବ୍ରହ୍ମପୁର ଏସ୍ପି। ସେ କହିଛନ୍ତି ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା । ଚିଣ୍ଟୁ ପ୍ରଧାନ ଗାଡି ଚଳାଉଥିବାବେଳେ କୁରୁପତି ଭୂୟାଁ ଗୁଳି କରିଥିଲେ। ମଳୟ ବିଷୋୟୀ ଏବଂ ମଦନ ଦଳେଇ ପୁରା ଷଡଯନ୍ତ୍ର କରିଥିଲେ। ବିକ୍ରମ ପଣ୍ଡା ଏବଂ ପିଣ୍ଟୁ ଦାସ ସବୁ ଷଡଯନ୍ତ୍ର କରାଇଥିଲେ। ମଳୟ ବିଷୋୟୀ ଓ ମଦନ ଦଳେଇ ଜରିଆରେ ଷଡଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା। ବିକ୍ରମ ପଣ୍ଡା ଏବଂ ପିଣ୍ଟୁ ଦାସଙ୍କଠାରୁ ୫୦ ଲକ୍ଷ ଟଙ୍କା ଆଣିବାର ବ୍ୟବସ୍ଥା ହୋଇଥିଲା। ଉମା ବିଷୋଇ ପାଖରେ ସବୁ ଡିଲ୍ ଟଙ୍କା ରହିଛି। ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି। ବିକ୍ରମ ପଣ୍ଡାଙ୍କ ନାଁରେ ଅପରାଧୀକ ଷଡଯନ୍ତ୍ର ପ୍ରମାଣ ମିଳିଛି।
Popular Categories



