www.samajalive.in
Friday, December 5, 2025
23.1 C
Bhubaneswar

ଘାସିରାମ ଓ ଜୟଙ୍କ ନାମାଙ୍କନ କାଏମ

ନୂଆପଡା: ସତ୍ୟପାଠରେ ନିଜ ଅପରାଧିକ ତଥ୍ୟ ଲୁଚାଇଥିବାରୁ ନୂଆପଡା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥିପତ୍ର ନାକଚ କରିବା ପାଇଁ ଭାରତୀୟ ଜନତା ପାର୍ଟି ଦାବି କରିଥିଲା । ଏନେଇ ଆଜି ବିଜେପି ପକ୍ଷରୁ ଉଚ୍ଚ ନ୍ୟାୟାଳୟରୁ ଓକିଲ ଆଣି ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ ନାକଚ କରିବା ପାଇଁ ଆବେଦନ କରିଥିଲେ। ଘାସିରାମଙ୍କ ପାଇଁ ମଧ୍ୟ ନିଜେ ଭକ୍ତାଦସଙ୍କ ସହ ନୂଆପଡ଼ାର ବରିଷ୍ଠ ଓକିଲ ଶେତରାମ୍ ଦେୱାଙ୍ଗନ ଉପସ୍ଥିତ ଥିଲେ। ସୂଚନା ମୁତାବକ ଉଭୟ ବିଜେପିର ପ୍ର।।ର୍ଥୀ ଜୟ ଢୋଲକିଆ ଓ ଜାତୀୟ କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ କାଏମ ରହିଛି। ଏହାକୁ ନେଇ ବିଜେପି ଓ କଂଗ୍ରେସ ଓକିଲଙ୍କ ପ୍ରତିକ୍ରିୟା ଶୁଣନ୍ତୁ ।

ସୋମବାର ଦିନ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ମାଧ୍ୟମରେ ଜଣାଇଥିଲେ ଯେ ଘାସିରାମ ମାଝୀ ନୂଆପଡା ଥାନାରେ ୨୦୧୮ ଓ ୨୦୨୨ର ଦୁଇ ମାମଲା ସମ୍ପର୍କରେ ୨୦୨୪ ନିର୍ବାଚନ ସତ୍ୟପାଠରେ ଉଲ୍ଲେଖ କରିଥିଲେ । କିନ୍ତୁ ଆଗାମୀ ଉପ ନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ ଉକ୍ତ ଦୁଇ ମାମଲା ସମ୍ପର୍କରେ ଜାଣିଶୁଣି ସୂଚନା ଦେଇ ନାହାଁନ୍ତି ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories