www.samajalive.in
Friday, December 12, 2025
15.1 C
Bhubaneswar

୧୫ ଅଗଷ୍ଟରେ ଭାରତ ସମେତ ଏହି ୩ଟି ଦେଶକୁ ମିଳିଥିଲା ସ୍ୱାଧୀନତା

ନୂଆଦିଲ୍ଲୀ: ଅଗଷ୍ଟ ୧୫କୁ ନେଇ ସମଗ୍ର ଦେଶ ୭୧ତମ ସ୍ୱାଧୀନତା ଦିବସ ପାଳନ କରୁଛି। ୧୯୪୭ର ଏହି ଦିନରେ ଇଂରେଜଙ୍କ ୨୦୦ବର୍ଷର ପରାଧୀନତାରୁ ମୁକ୍ତ ହୋଇଥିଲା ଭାରତ। ତେବେ ୧୫ ଅଗଷ୍ଟରେ ଭାରତ ସମେତ ବିଶ୍ୱର ଆଉ ୩ଟି ଦେଶକୁ ମଧ୍ୟ ମିଳିଥିଲା ସ୍ୱାଧୀନତା। ଦକ୍ଷିଣ କୋରିଆ, ବାହାରିନ, କଙ୍ଗୋ ପରି ଦେଶକୁ ମଧ୍ୟ ଅଗଷ୍ଟ ୧୫ରେ ମିଳିଥିଲା ସ୍ୱାଧୀନତା। ଜାପାନଠାରୁ ଦକ୍ଷିଣ କୋରିଆକୁ ୧୯୪୫ଅଗଷ୍ଟ ୧୫ରେ ସ୍ୱାଧୀନତା ମିଳିଥିଲା। ବ୍ରିଟେନଠାରୁ ୧୯୭୧ ଅଗଷ୍ଟ ୧୫ରେ ବାହାରିନ୍‍କୁ ସ୍ୱାଧୀନତା ମିଳିଥିଲା। ଫ୍ରାନ୍ସଠାରୁ ୧୯୬୦ଅଗଷ୍ଟ ୧୫ରେ କଙ୍ଗୋକୁ ସ୍ୱାଧୀନତା ମିଳିଥିଲା। ଏହି ୩ଦେଶ ମଧ୍ୟ ଉକ୍ତ ଦିନରେ ସ୍ୱାଧୀନତା ପାଳନ କରନ୍ତି।
ଐତିହାସିକଙ୍କ ଯୁକ୍ତି ଅନୁଯାୟୀ ବ୍ରିଟେନ ୧୯୪୮ରେ ଭାରତକୁ ସ୍ୱାଧୀନ କରିବାକୁ ଚାହୁଁଥିଲେ। କିନ୍ତୁ ନେତାଜୀଙ୍କ ଆକ୍ରମଣ ବ୍ରିଟିଶ ବାହିନୀକୁ ବିଚଳିତ କରିବା ସହ ମହାତ୍ମାଗାନ୍ଧୀଙ୍କ “ଭାରତ ଛୋଡ଼ୋ’ ଆନ୍ଦୋଳନ ହେତୁ ଇଂରେଜଙ୍କ ପାଇଁ ଭାରତରେ ଆଇନ ବ୍ୟବସ୍ଥା ବଳବତ୍ତର ରଖିବା ଅସମ୍ଭବ ହୋଇ ପଡ଼ିଥିଲା।
ଭାରତରେ ଇଂରେଜ ବିରୋଧୀ କାର୍ଯ୍ୟକ୍ରମ ଏତେ ମାତ୍ରାରେ ପ୍ରବଳ ହୋଇଥିଲା ଯେ, ଇଂରେଜମାନେ ଭାରତକୁ ସ୍ୱାଧୀନ କରିବାକୁ ବାଧ୍ୟହୋଇ ପଡ଼ିଥିଲେ। ଭାରତରେ ଇଂରେଜ ବିରୋଧରେ ଆନ୍ଦୋଳନ ୧୯୩୦ରୁ କ୍ରମଶଃ ସକ୍ରିୟ ଓ ଶକ୍ତିଶାଳୀ ହେବାକୁ ଲାଗିଥିଲା। ଦେଶକୁ ଇଂରେଜ ମୁକ୍ତ କରିବା ପାଇଁ “କର ବା ମର’ ଆଭିମୁଖ୍ୟ ନେଇ ୧୯୨୯ରେ ଲାହୋରଠାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ପୂର୍ଣ୍ଣ ସ୍ୱରାଜ ଘୋଷଣା କରା ଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories