www.samajalive.in
Saturday, December 13, 2025
21.1 C
Bhubaneswar

ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ଅଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ: ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍‌ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ରମାନେ ଶୁକ୍ରବାର ଅଭ୍ୟାସ ଆରମ୍ଭ କରିଛନ୍ତି। ଭାରତରେ ପହଞ୍ଚିବା ପରେ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ରିପୋର୍ଟରୁ କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇନଥିବା ଜଣାପଡ଼ିଥିଲା।

କୋଭିଡ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ମାନେ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଅଭ୍ୟାସ କରିଥିଲେ। ଦଳର ସ୍ପିନର ତବରିଜ୍‌ ସାମ୍‌ସି ଓ କେଶବ ମହାରାଜ ନେଟ୍‌ସରେ ଦୀର୍ଘସମୟ ବୋଲିଂ ଅଭ୍ୟାସ କରିଥିଲେ। ପରବର୍ତ୍ତୀ ସମୟରେ ଆଇଡେନ୍‌ ମାର୍କରାମ୍‌ ମଧ୍ୟ ବୋଲିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଏହି ୩ଜଣ ଭାରତ ବିପକ୍ଷ ସିରିଜ୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ଏମାନଙ୍କ ବ୍ୟତୀତ ଅଲରାଉଣ୍ଡର ଡୁଏନ୍‌ ପ୍ରିଟୋରିୟସ୍‌ ଓ ୱେନ୍‌ ପାର୍ନେଲ ନେଟ୍‌ସରେ ଅଭ୍ୟାସ କରିଥିଲେ। ପାର୍ନେଲ ଦୀର୍ଘ ୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଦଳକୁ ଫେରିଛନ୍ତି। ମୁଖ୍ୟ ପ୍ରଶିକ୍ଷକ ମାର୍କ ବାଉଚର୍‌ ଖେଳାଳିଙ୍କ ଅଭ୍ୟାସ ଉପରେ ନଜର ରଖିଥିଲେ। ମାର୍କ ଜାନସେନ୍‌ଙ୍କୁ ବାଉଚର୍‌ କେତେକ ଟିପ୍‌ସ ପ୍ରଦାନ କରୁଥବା ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ ଦଳର ତାରକା ବ୍ୟାଟସମ୍ୟାନ୍‌ କ୍ବିଣ୍ଟନ୍‌ ଡି’କକ୍ ଅଭ୍ୟାସ ନ କରି ପଡ଼ିଆରେ ବେଶ୍‌ କିଛିସମୟ ଅତିବାହିତ କରିଥିଲେ। ସେହିପରି ଆଇପିଏଲ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ୍‌ ଡେଭିଡ୍‌ ମିଲର ବର୍ତ୍ତମାନ ମାଳଦ୍ବୀପରେ ଛୁଟି କଟାଉଥିବା ବେଳେ ପରବର୍ତ୍ତୀ ସମୟରେ ଦଳ ସହ ଯୋଗ ଦେବେ ବୋଲି ଜଣାପଡ଼ିଛି।

- Advertisement -

ଅନ୍ୟ ଏକ ଘଟଣାକ୍ରମରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ବ କରିଥିବା ମୋଣ୍ଡଲି ଖୁମାଲୋଙ୍କ ଚିକିତ୍ସା ନିମନ୍ତେ ଭାରତ ଗସ୍ତରେ ଆସିଥିବା କ୍ରିକେଟର୍‌ମା​‌େ​‌ନ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ଇଂଲଣ୍ଡର ଏକ ହୋଟେଲ୍‌ ବାହାରେ ଖୁମାଲୋଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ମାନେ ଜିମ୍‌ରେ ଯାଇ ଶାରୀରିକ ଅଭ୍ୟାସ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories