ମୁମ୍ବଇ: ଆଗାମୀ ବଲିଉଡ଼ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ଟିମ୍ ଆଜି(ରବିବାର) ମହାରାଷ୍ଟ୍ର ପୁଲିସର ଅନ୍ତର୍ଜାତୀୟ ଗଣଦୌଡ଼ରେ ସାମିଲ ହୋଇଛନ୍ତି। ମୁମ୍ବଇରେ ଆୟୋଜିତ ହୋଇଥିବା ଏହି ଗଣଦୌଡ଼ରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଜୟ ଦେବଗନ୍ ଓ ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀ ସାମିଲ ହୋଇଥିଲେ। ୩ ଜଣ ଯାକ ସମାନ କଳା ରଙ୍ଗର ଟି-ଶାର୍ଟ ପିନ୍ଧିଥିଲେ, ଯେଉଁଥିରେ ଲେଖାଥିଲା-‘ଆସୁଛି ପୁଲିସ’। ଅକ୍ଷୟ ନିଜ ସହ ଅଜୟ ଓ ରୋହିତଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ‘ସୂର୍ଯ୍ୟବଂଶୀ’ ଖୁବଶୀଘ୍ର ମୁକ୍ତିଲାଭ କରିବ ବୋଲି ଟିମ୍ର ଟି-ଶାର୍ଟ ସୂଚନା ଦେଉଛି।
https://www.instagram.com/p/B8VJDw4nOoT/?utm_source=ig_web_copy_link
ସୂଚନାଯୋଗ୍ୟ, ଅକ୍ଷୟ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଅଜୟ ମଧ୍ୟ ଏଥିରେ ନିଜ ବାଜିରାଓ ସିଂଘମ୍ ଚରିତ୍ରରେ ନଜର ଆସିବେ। ଏହା ସହିତ ରଣବୀର ସିଂହଙ୍କୁ ତାଙ୍କ ସିମ୍ବା ଭୂୂମିକାରେ ଦେଖିବାକୁ ମିଳିପାରେ। ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନା କୈଫ୍ ଅକ୍ଷୟଙ୍କ ନାୟିକା ଭାବେ ଅଭିନୟ କରିଛନ୍ତି। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୨୭ ମାର୍ଚ୍ଚରେ ପରଦାକୁ ଆସିବ।



