www.samajalive.in
Monday, December 8, 2025
24.1 C
Bhubaneswar

କରୋନା ଆକ୍ରାନ୍ତଙ୍କ ପାଇଁ ଦେବଦୂତ ସାଜିଲେ ସୋନୁ ସୁଦ୍ : ପ୍ଲାଜମା ଦେଇ ଦେଖାଇଲେ ମହାନତା

ରାୟଗଡ଼ା : ପୁଣିଥରେ ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି ଦେଶର ଜଣାଶୁଣା ସମାଜସେବୀ ତଥା ବଲିଉଡ୍ ଅଭିନେତା ସୋନୁ ସୁଦ୍ । ରାୟଗଡ଼ାର ଜଣେ କରୋନା ଆକ୍ରାନ୍ତଙ୍କୁ ଆଜି ସେ ପ୍ଲାଜମା ଦାନ କରିଛନ୍ତି ସୋନୁ। ରାୟଗଡ଼ା ସାଇପ୍ରିୟା ନଗରରେ ରହୁଥିବା ଜଣେ ୬୦ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ଥିଲେ। ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ଗତ ମାସ ୨୮ତାରିଖ ଦିନ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଆକ୍ରାନ୍ତଙ୍କ ଅମ୍ଲଜାନ (ଅକ୍ସିଜେନ)ସ୍ତର ବାରମ୍ବାର ହ୍ରାସ ପାଉଥିବାରୁ ତାଙ୍କୁ ପ୍ଲାଜମା ଆବଶ୍ୟକତା ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ରାୟଗଡାରୁ ଚିକିତ୍ସା ପାଇଁ ଆନ୍ଧ୍ର ଯାଇଥିବା ଆକ୍ରାନ୍ତଙ୍କ ପରିବାର ଲୋକେ ପ୍ଲାଜମା ପାଇଁ ଏକପ୍ରକାର ଅସହାୟ ହୋଇପଡ଼ିଥିଲେ। ଏ ନେଇ ତାଙ୍କ ପୁଅ ଜି.ରାଜଶେଖର ସାମାଜିକ ଗଣମାଧ୍ୟମରେ ପ୍ଲାଜମାର ଆବଶ୍ୟକତା ରହିଛି ବୋଲି ଏକ ନିବେଦନ କରିଥିଲେ। ଉକ୍ତ ନିବେଦନଟି ଏତେ ପରିମାଣରେ ଘୂରି ବୁଲିଥିଲା ଯେ (ଭାଇରାଲ୍) ଖବର ସୋନୁ ସୁଦ୍ ଫାଉଣ୍ଡେସନ୍ ନିକଟରେ ପହଞ୍ଚିଥିଲା। ପ୍ରଥମେ ଖବରଟିକୁ ମନୀଷ ସିଂ ବଇସ୍ ନାମକ ଜଣେ ଯୁବକ ସୋନୁ ସୁଦଙ୍କୁ ପ୍ଲାଜମାର ଆବଶ୍ୟକତା ସଂକ୍ରାନ୍ତରେ ଜଣାଇଥିଲେ। ତତକ୍ଷଣାତ୍ ସୋନୁ ଟ୍ବିଟ୍ ଯୋଗେ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଲେ। ଆଉ ଆଜି ସମ୍ପୃକ୍ତ ଆକ୍ରାନ୍ତଙ୍କ ନିକଟରେ ପ୍ଲାଜମା ପହଞ୍ଚିସାରିଛି। ପ୍ଲାଜମା ପହଞ୍ଚିବା ପରେ ଆକ୍ରାନ୍ତ ପରିବାର ସୋନୁଙ୍କୁ ସାଧୁବାଦ ଜଣାଇଥିବା ବେଳେ ସୋନୁ ପ୍ରତିଉତ୍ତରରେ ଚନ୍ଦ୍ର ମଣ୍ଡଳରେ ଯଦି ପ୍ଲାଜମାର ଆବଶ୍ୟକତା ପଡ଼େ ତେବେ ସେହି ସ୍ଥାନରେ ମଧ୍ୟ ପହଞ୍ଚାଯାଇପାରିବ ବୋଲି ଉତ୍ତର ରଖିଛନ୍ତି। ଆମେ ଆକ୍ରାନ୍ତଙ୍କ ପୁଅ ଜି.ରାଜଶେଖରଙ୍କ ସହ ଆଲୋଚନା କରିଥିଲୁ। ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବି ବିପଦରେ ରହିଥିବା ବେଳେ ଚିକିତ୍ସା କରୁଥିବା ଡାକ୍ତର ସମସ୍ତ ପ୍ରକାର ଉଦ୍ୟମ କରୁଥିବା ସେ କହିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories