www.samajalive.in
Sunday, December 14, 2025
26.1 C
Bhubaneswar

ଶନିବାର ବରିଷ୍ଠ କଂଗ୍ରେସ ନେତାଙ୍କ ଜରୁରୀ ବୈଠକ ଡ଼ାକିଲେ ସୋନିଆ ଗାନ୍ଧୀ; ଅସନ୍ତୁଷ୍ଟ ସଦସ୍ୟଙ୍କୁ ବି ବୈଠକ ଲାଗି ନିମନ୍ତ୍ରଣ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ କଂଗ୍ରେସର ବଛାବଛା ବରିଷ୍ଠ ନେତାଙ୍କୁ ଏକ ଜରୁରୀ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ଦଳର ଆନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଗତ କିଛିଦିନ ହେଲା ଦଳର କାର୍ଯ୍ୟକଳାପ ନେଇ ଅସନ୍ତୋଷ ପ୍ରକାଶ କରିଥିବା ନେତାମାନଙ୍କୁ ମଧ୍ୟ ଏହି ବୈଠକ ଲାଗି ନିମନ୍ତ୍ରଣ ପଠାଯାଇଛି ।  ଆଗାମୀ ଦିନରେ ଦଳର ଅଧ୍ୟକ୍ଷ ନିର୍ବାଚନ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇପାରେ ବୋଲି କଂଗ୍ରେସର ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି ।

- Advertisement -

କିଛିଦିନ ତଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏହି ଆଲୋଚନାକାଳରେ କମଳନାଥ ଦଳର ବରିଷ୍ଠ ନେତାମାନଙ୍କୁ ଡ଼ାକି ସେମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂର କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏହା ସହ ଦଳର ଅଧ୍ୟକ୍ଷ ନିର୍ବାଚନ ସମ୍ପର୍କରେ ମଧ୍ୟ ସେମାନଙ୍କ ମତାମତ ନେବା ପାଇଁ କମଳନାଥ ସୋନିଆଙ୍କୁ ଅନୁରୋଧ କରିଥିଲେ ।

ଏହା ପରେ ସୋନିଆ ଏହି ଜରୁରୀ ବୈଠକ ଆହ୍ବାନ କରିଛନ୍ତି ଏବଂ ଏଥିରେ  ଦଳର କିଛି ପ୍ରଭାବଶାଳୀ ଓ ବରିଷ୍ଠ ନେତାମାନେ ୧୯ ତାରିଖରେ ହେବାକୁଥିବା ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଶନିବାର ୧୦ ଜନପଥରେ ସୋନିଆଙ୍କ ବାସଭବନରେ ଆୟୋଜିତ ହେବାକୁଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କୁହାଯାଇଛି । ଆସନ୍ତା ଜାନୁଆରୀ ମାସ ଶେଷ ସୁଦ୍ଧା ଦଳର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ  ସୋନିଆ ଚାହୁଁଛନ୍ତି । ତେଣୁ ଏ ସଂକ୍ରାନ୍ତରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି  ଦଳ ମଧ୍ୟରେ ନେତୃତ୍ବକୁ ନେଇ ସୃଷ୍ଟି ହୋଇଥିବା ବିରୋଧାଭାଷ ଦୂର କରିବା ଏବଂ ନେତାମାନଙ୍କ ମଧ୍ୟରେ ରହିଥିବା ପାରସ୍ପରିକ ମତଭେଦ ଦୂର କରିବା ପାଇଁ ସୋନିଆ ପ୍ରଚେଷ୍ଟା କରିବେ ବୋଲି ସୂଚନା ମିଳିଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories