ନ୍ୟୁୟର୍କ : ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ନ୍ୟୁୟର୍କରେ କ୍ୟାନ୍ସରର ଚିକିତ୍ସା କରୁଛନ୍ତି। ଜୀବନର ଏହି ଜଟିଳ ସମୟରେ ନିଜକୁ ପ୍ରେରଣା ଦେବାପାଇଁ ସୋନାଲୀ ସବୁ ସମୟରେ ଚେଷ୍ଟା କରି ଆସୁଛନ୍ତି। ନିଜର ସମସ୍ତ କାର୍ଯ୍ୟକୁ ସୋନାଲୀ ସାମାଜିକ ଗଣମାଧ୍ୟମ ଦ୍ୱାରା ସେୟାର କରି ନିଜର ପ୍ରଶଂସକ ମାନଙ୍କୁ ଜଣାଉଥିବା ଦେଖିବାକୁ ମିଳିଛି। ସେହିପରି ଅଭିନେତ୍ରୀ ସୋନାଲୀ ନିକଟରେ ଏକ ମ୍ୟୁଜିକ କନସର୍ଟରେ ଯୋଗ ଦେଇଛନ୍ତି। ଏହାର ସୂଚନା ସୋନାଲୀ ନିଜ ଇଷ୍ଟାଗାମ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଆତ୍ମାର ଶାନ୍ତି ପାଇଁ ଗୀତ ଏକ ମୁଖ୍ୟ ମାଧ୍ୟମ। ଅନେକ ସମୟରେ ଅଭିନେତ୍ରୀ ସୋନାଲୀ ବହୁ ଭାବବିହ୍ୱଳ ଲେଖା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥାଆନ୍ତି। ସୋନାଲୀଙ୍କୁ ଦେଖିବା ପାଇଁ ବଲିଉଡ କଳାକାର ଅନୁପମ ଖେର, ପ୍ରିୟଙ୍କା ଚୋପ୍ରା, ଋଷି କାପୁର, ସୁଜେନ ଖାନ ମିଶୁଥିବା ଫଟୋ ଭାଇରାଲ ହୋଇଛି।
Popular Categories



