www.samajalive.in
Monday, December 15, 2025
26.1 C
Bhubaneswar

ପ୍ରେମିକା ପାଇଁ ବାପାକୁ ପର କରିଦେଲା ନାବାଳକ ପୁଅ

ବଲାଙ୍ଗିର: ବଲାଙ୍ଗିର ଜିଲା ବେଲପଡା ଥାନା ଫୁଲକାନୀ ଗାଁରେ ପାରିବାରିକ ଗଣ୍ଡଗୋଳରୁ ମାଡ ଖାଇଲେ ବାପା। ଯିଏ ବାପାଙ୍କୁ ମାଡ ମାରିଲା ଏବେ ସିଏ ପୁଣି ସାନପୁଅର ବାପା ସାଜିଛି। ପରିସ୍ଥିତି ଏମିତି ଯେ ଉକ୍ତ ନାବାଳକ ଜଣକ ପ୍ରେମିକାକୁ ବାହା ହେବା ପାଇଁ ନିଜ ବାପାକୁ ବି ବାପା ବୋଲି ମାନିବାକୁ ନାରାଜ। ଉଭୟ ମାଡମରା ଘଟଣା ଓ ପୁଅକୁ ନିଜ ଅକ୍ତିଆରରେ ରଖିବା ଘଟଣାକୁ ନେଇ ବାପା ଓ ବଡପୁଅ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାଟି ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ତାହା ସତ୍ୟ। ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଲିଛି ବଲାଙ୍ଗିର ଜିଲାରେ।

ବଲାଙ୍ଗିର ଜିଲା ବେଲପଡା ଥାନା ଅନ୍ତର୍ଗତ ଫୁଲକାନୀ ଗାଁର ବିଶି ଗହୀରଙ୍କ ସାନପୁଅ କୁଶଧ୍ୱଜ ଗହୀର। ବୟସ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ସେ ଖଡିଆଳ ଅଞ୍ଚଳରେ ଜଣେ ଝିଅକୁ ଭଲ ପାଉଥିଲେ। ତାକୁ ବାହା ହେବାକୁ ବାପାଙ୍କୁ କହିବାରୁ ସେ ଏହାକୁ ଗ୍ରହଣ କରି ନ ଥିଲେ। ବଡପୁଅ ଥାଉଁ ଥାଉଁ ସାନପୁଅକୁ ୧୭ ବର୍ଷରେ କିପରି ବାହା କରିବେ ବୋଲି କହିଥିଲେ ବିଶି। ବାସ ତାପରେ ଜନ୍ମ କଲା ବାପାକୁ ବି ବାପା ମାନିବାକୁ ମନା କରିଦେଲା ପୁଅ। ଓଲଟି କିଛି ମାସ ତଳେ ନିଜ ବାପାଙ୍କୁ ଆକ୍ରମଣ କରିଥିବା ଜଣେ ଅଭିଯୁକ୍ତ ତଥା ତାଙ୍କ ବଡବାପାଙ୍କୁ ବାପା କରିଦେଲା। ପ୍ରେମିକା ସହ ବିବାହ ପ୍ରଲୋଭନ ଦେଖାଇ ସାନପୁଅକୁ ନିଜ ଅକ୍ତିଆରରେ ରଖିଥିବା ଏବେ ବାପା ବିଶି ଗହୀର ଥାନାରେ ଅଭିଯୋଗ କରିଛନ୍ତି।

- Advertisement -

ଘଟଣାକ୍ରମ ଅନୁସାରେ, ବିଶିଙ୍କ ନିଜ ଭାଇ ସହିତ ପୂର୍ବରୁ ଗଣ୍ଡଗୋଳ ରହିଥିଲା। ବିଶି ଗତ ଜୁନ ୧୧ ତାରିଖରେ ଗାଁ ନିକଟସ୍ଥ କର୍ଲାଫାଟକକୁ ଯାଉଥିବା ବେଳେ ତାଙ୍କ ସଂପର୍କୀୟ ଭାଇ ପ୍ରହ୍ଲାଦ ଗହୀର, ରାଧେଶ୍ୟାମ ଗହୀର, ଘନଶ୍ୟାମ ଗହୀର, ମଧୁସୂଦନ ଗହୀର, ଉଦ୍ଧବ ଗହୀର, ପ୍ରମୋଦ ଗହୀର, ଭୂବନ ଗହୀର ଓ ଅନ୍ୟମାନେ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣା ବିଷୟରେ ସୂଚନା ପାଇ ବିଶିଙ୍କ ପୁଅ ଓ ସ୍ତ୍ରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେମାନଙ୍କୁ ମଧ୍ୟ ଆକ୍ରମଣକାରୀ ମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ଘଟଣାରେ ବିଶି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏନେଇ ବିଶିଙ୍କ ବଡପୁଅ ବେଲଧର ଗହୀର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ମାମଲା ରୁଜୁ କରିଥିଲା ସତ କିନ୍ତୁ ପୀଡିତ ପରିବାରଙ୍କୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ପ୍ରେମିକାକୁ ଆଣି ରାଧେଶ୍ୟାମ କୁଶଙ୍କ ସହ ନିଜ ଘରେ ରଖିଥିବା ବିଶି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବିଶିଙ୍କ ଜନ୍ମ କଲା ପୁଅ ନିଜ ବାପାକୁ ଜାଣିନଥିବା କହୁଥିବା ବେଳେ ପ୍ରେମିକାକୁ ବାହା ହେବା ନିଶା ଲୋଭ ଦେଖାଇ ରାଧେଶ୍ୟାମ ନିଜ ଅକ୍ତିଆରରେ ରଖିଥିବା ବିଶି ବେଲପଡା ଥାନାରେ ଗତ ୫ ତାରିଖରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ସେ ଏହି ଘଟଣାରେ ସେ ସଂପୃକ୍ତ ନାହାନ୍ତି। ପ୍ରେମିକା ପାଇଁ ବାପାକୁ ଅଜଣା ସଜାଇଥିବା ପୁଅର ଏହି ମାମଲାରେ ସେ ପଡିବେ ନାହିଁ ବୋଲି ଥାନାରେ ଲିଖିତ ଭାବେ ଜଣାଇଥିବା ବେଳେ ପୁଲିସ ଏହାକୁ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି। ଘଟଣାକୁ ବେଲପଡା ପୁଲିସ ଅଣଦେଖା କରୁଥିବାରୁ ବିଶି ଓ ତାଙ୍କ ବଡପୁଅ ବେଲଧର ଗହୀର ସୋମବାର ଏନେଇ ବଲାଙ୍ଗିର ଏସପିଙ୍କ ଠାରେ ଅଭିଯୋଗ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories