www.samajalive.in
Monday, December 8, 2025
14.1 C
Bhubaneswar

ଡୁଙ୍ଗୁରିପାଳି ଓ ତେଣ୍ଡଲିପାଳିରେ ସୋଲାର ପ୍ଲାଣ୍ଟକୁ ବିରୋଧ, ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ

ସଇଁତଲା: ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡଲିପାଲି ଓ ଡୁଙ୍ଗୁରିପାଲି ପଞ୍ଚାୟତରେ ୧୨୪ ହେକ୍ଟର ଗୋଚର ଜମିରେ ସୋଲାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଥିବା ଜଣାପଡିଛି। ଯାହାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଜମି ଅଧିଗ୍ରହଣକୁ ନେଇ ଟିଟିଲାଗଡ ଏସଡ଼ିପିଓ ସୁରେନ୍ଦ୍ର ନାଥ ସତପଥୀ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର, ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲାପାଳ ଡ଼. ଲଳିତ ବାଗ, ସ୍ଥାନୀୟ ଥାନା ଅଧିକାରୀ ଅବନୀ ସାହୁଙ୍କ ସମେତ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇ ଜମିର ମାପ କରାଯାଇଥିଲା କିନ୍ତୁ ଗ୍ରାମବାସୀମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଆଦିବାସୀ ବହୁଳ ଅଞ୍ଚଳରେ ଲୋକେ ପେଟ ପୋଷିବା ପାଇଁ ଏହି ଗୋଚର ଜମିରୁ କେନ୍ଦୁପତ୍ର, ଚାହାର, କେନ୍ଦୁ, ଆମ୍ବ ଭଳି ଅନେକ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷନ୍ତି। ଯାହା ଏବେ ଭୋକିଲା ପେଟକୁ ଶୋଷଣ କରିବା ପାଇଁ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଉଥିବା ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ସରପଞ୍ଚ ଗଜପତି ସାହୁଙ୍କ ନେତୃତ୍ୱରେ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଏହି ସ୍ଥାନୀୟ ସୋଲାର ପ୍ଲାଣ୍ଟ ନକରିବା ପାଇଁ ପୁଲିସ ପ୍ରଶାସନ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ପୁଲିସ ପ୍ରଶାସନ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ଜନସାଧାରଣ ଶୁଣିବା ପାଇଁ ନାରାଜ ହୋଇଥିଲେ। ଦୀର୍ଘ ସମୟ ଧରି ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଗ୍ରାମବାସୀମାନେ ଘେରାଉ କରି କାହା ନିର୍ଦ୍ଦେଶରେ ଏହି ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଓ କିଏ ଆପଣମାନଙ୍କୁ ପରାମର୍ଶ ଦେଲା ତାହାର ଉତ୍ତର ଦିଅନ୍ତି ବୋଲି ଗ୍ରାମବାସୀମାନେ କହିଥିଲେ। ଶେଷରେ ବାଧ୍ୟ ହୋଇ ପ୍ରଶାସନକୁ ଫେରିବାକୁ ପଡିଥିଲା। କିନ୍ତୁ ଏହି ଅଞ୍ଚଳରେ ସୋଲାର ପ୍ଲାଣ୍ଟ ନିର୍ମାଣ ହେବା ପରେ ଅନେକ ମୂଲ୍ୟବାନ ଗଛଗୁଡିକ କଟିବ ଯାହା ଦ୍ଵାରା ଲୋକେ ନିଜର ଜୀବନ ଜୀବିକା ହରାଇବାକୁ ବସିଛନ୍ତି। ଏନେଇ କିଛି ମାସ ତଳେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ଲୋକେ ତହସିଲଦାର କାର୍ଯ୍ୟାଳୟ ଘେରାଉ କରିଥିଲେ ଏବଂ ସୋଲାର ପ୍ଲାଣ୍ଟକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ସେହି ସମୟରେ ଗ୍ରାମବାସୀଙ୍କ ସହ ପ୍ରଶାସନର ଆଲୋଚନା ହେବା ପରେ ସୋଲାର ପ୍ଲାଣ୍ଟ ନିର୍ମାଣ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ ହେଲେ ସେ କଥାକୁ ଶୁଣିବା ପାଇଁ ଅଛି କିଏ ସେହି ସମୟରେ ତହସିଲଦାରଙ୍କୁ ଅନ୍ୟତ୍ର ବଦଳି ହୋଇ ଯାଇଥିବା ବେଳେ ନୂତନ ତହସିଲଦାର ଶ୍ରୀ ମେହେର ସେ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି।

- Advertisement -

ପ୍ରକାଶ ଥାଉକି, ସମ୍ପୃକ୍ତ ସୋଲାର ପ୍ଲାଣ୍ଟ କାର୍ଯ୍ୟ କରିବା ପାଇଁ ଆଦିତ୍ୟ ବିର୍ଲା କମ୍ପାନୀଙ୍କୁ ଦାୟିତ୍ୱ ଦିଆଯାଇଛି। ବିନା ଗ୍ରାମସଭା ଓ ଗ୍ରାମବାସୀଙ୍କ ଅଜାଣତରେ ୧୨୪ ହେକ୍ଟର ଜମି ହସ୍ତାନ୍ତର କରିଦେଇଛି। ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏହି ପ୍ରକଳ୍ପ ହେବା ଦ୍ଵାରା ଉକ୍ତ ଅଞ୍ଚଳରେ ଗୋରୁ ଗାଈ ଚରିବା ପାଇଁ ସ୍ଥାନ ପାଇବେ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ୟା ସମୟ ଆସିଲେ ଗୋଚର ଜମିରେ ଗାଈ ଗୋରୁଙ୍କ ହାଣ୍ଡିସାଲ ବନ୍ଦ ହୋଇଯିବ। ତେବେ କାହା ଚାପରେ ଏତେ ବଡ଼ ସୋଲାର ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି ତାହାକୁ ନେଇ ଗ୍ରାମବାସୀମାନେ ବଡ଼ ପ୍ରଶ୍ନବାଚୀ ଉଠାଇଛନ୍ତି। ଯଦି ପ୍ରଶାସନ ଜୋରଜବରଦସ୍ତ ସୋଲାର ପ୍ଲାଣ୍ଟ ନିର୍ମାଣ କରିବ ତାହେଲେ ଆଗାମୀ ଦିନରେ ରାଜ ରାସ୍ତାରେ ନିଆଁ ଜଳିବ ବୋଲି ସ୍ଥାନୀୟ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories