www.samajalive.in
Thursday, December 11, 2025
15.1 C
Bhubaneswar

ଆତଙ୍କବାଦୀ ତଥା ଉଗ୍ରବାଦୀ କାର୍ଯ୍ୟକଳାପର ମୁକାବିଲା ନିମନ୍ତେ ଏସ୍ଓଜି ତାଲିମ୍

କଟକ :  ୨୦୦୪ ମସିହାରେ ସ୍ପେଶାଲ ଅପରେସନ ଗ୍ରୁପ (ଏସ୍ଓଜି) ଗଠିତ ହୋଇଥିଲା। ଆତଙ୍କବାଦୀ ତଥା ଉଗ୍ରବାଦୀ କାର୍ଯ୍ୟକଳାପର ସଫଳ ମୁକାବିଲା କରିବା ନିମନ୍ତେ ଏସ୍ଓଜି ହେଉଛି ଏକ ସୁସଜ୍ଜିତ ସଶସ୍ତ୍ର ବାହିନୀ। ରାଜ୍ୟ ପୁଲିସର ବିଭିନ୍ନ ୟୁନିଟର ଅଧିକାରୀ/କର୍ମଚାରୀଙ୍କୁ ଏସ୍ଓଜି ତରଫରୁ ବିଭିନ୍ନ ତାଲିମ୍ ପ୍ରଦାନ କରାଯାଇଥାଏ । ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀ ତଥା ଆତଙ୍କବାଦୀଙ୍କ ବିରୋଧରେ ସଫଳ ମୁକାବିଲାର ରଣନୀତି, ଆତଙ୍କବାଦୀ ଲୁଚିରହିଥିବା ସ୍ଥାନ ଉପରେ ଆକ୍ରମଣ କରି ସେମାନଙ୍କ ଯୋଜନାକୁ ବିଫଳ କରାଇବା ତଥା ଆତଙ୍କବାଦୀ/ଉଗ୍ରବାଦୀଙ୍କ କବଜା ରେ ରହିଥିବା ଅଟ୍ଟାଳିକାରୁ ଧନଜୀବନ ସୁରକ୍ଷିତ ଭାବେ ମୁକ୍ତ କରିବା ଭଳି ବିପଜ୍ଜନକ ପରିସ୍ଥିତିର ସଫଳ ମୁକାବିଲା କରିବା ନିମନ୍ତେ କମାଣ୍ଡୋମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥାଏ।
ଏସ୍ଓଜି ତରଫରୁ କେବଳ ଓଡ଼ିଶା ପୋଲିସ କର୍ମଚାରୀଙ୍କୁ ନୁହଁ ବରଂ ଅନ୍ୟ ରାଜ୍ୟର ପୋଲିସ କର୍ମଚାରୀଙ୍କୁ ମଧ୍ୟ ତାଲିମ୍ ପ୍ରଦାନ କରାଯାଉଛି।

ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗର ୨୦୨ଜଣ, ଝାଡ଼ଖଣ୍ଡ(ୟୁବିଜିଏଲ୍) ୪୦ଜଣ, କେରଳ ୫୦ଜଣ (ପ୍ରଥମ ବ୍ୟାଚ୍), ମହାରାଷ୍ଟ୍ର ୩୨ଜଣ ଏବଂ ସିଆରପିଏଫର  ୬୦୦ ଜଣଙ୍କୁ ତାଲିମ୍ ପ୍ରଦାନ କରାଯାଇଛି ।
କେରଳ ପୋଲିସ୍ ଦ୍ୱିତୀୟ ଥର ପାଇଁ ୩୩ ଜଣ କମାଣ୍ଡୋ(ଥାଉଣ୍ଡର୍ବୋଲ୍ଟ) ପ୍ରଶିକ୍ଷଣ ନିମନ୍ତେ ଏସ୍ଓଜିକୁ ପଠାଇଛି। କେରଳରେ ଉଗ୍ରବାଦ ବିରୋଧରେ ମୁକାବିଲା କରିବା ନିମନ୍ତେ ଏହି ସ୍ୱତନ୍ତ୍ର ଫୋର୍ସକୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହିବ୍ୟାଚ୍ ୮ ସପ୍ତାହ ପାଇଁ ଟ୍ରେନିଂ ନେବେ। ପ୍ରତିକୂଳ ପରିସ୍ଥିତିରେ ଯଥା: ଜଙ୍ଗଲ ମଧ୍ୟରେ ଶତ୍ରୁର ସଫଳ ମୁକାବିଲା ଏବଂ ଶାରିରୀକ ସୁସ୍ଥତା ବଜାୟ ରଖିବା ନିମନ୍ତେ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯାଉଛି।
ମ୍ୟାପ ରିଡିଂ, ଅସ୍ତ୍ରଶସ୍ତ୍ର ପରିଚାଳନା, ଫାୟାରିଂ, ଫିଲ୍ଡ କ୍ରାଫ୍ଟ ଭଳି ଟ୍ରେନିଂ ଦିଆଯାଉଥିବାବେଳେ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ବିଭିନ୍ନ ରଣକୌଶଳ ସ୍ରଂକାନ୍ତରେ ମଧ୍ୟ ତାଲିମ୍ ପ୍ରଦାନ କରାଯାଉଛି ।

- Advertisement -

ପ୍ରଶିକ୍ଷଣସମାପ୍ତ ହେବା ପରେ ପ୍ରତ୍ୟେକ କମାଣ୍ଡୋ ଅନ୍ଧକାର ରାତିରେ ଏକ ଅଜ୍ଞାତସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଅନାୟସରେ ଯାଇପାରିବେ। ସେମାନେ ଗୁଳିଚାଳନା ଓ ବିସ୍ଫୋରକସାମଗ୍ରୀକୁ ଆତ୍ମବିଶ୍ୱାସର ସହ ପରିଚାଳନା କରିବାରେ ସକ୍ଷମ ହୋଇପାରିବେ। ଘଞ୍ଚ ଜଙ୍ଗଲରେ ବିନା କାହାରି ସମର୍ଥନରେ ୫ ଦିନ ପର୍ଯ୍ୟନ୍ତ ରହିପାରିବେ। ଏହାସହ ନିଜର ଶକ୍ତି ଏବଂ ସାମର୍ଥ୍ୟ ସହାୟତାରେ ନିଜସ୍ୱ ଜିନିଷ ପତ୍ର ସହ ୧୦୦ କି.ମି ପର୍ଯ୍ୟନ୍ତ କଷ୍ଟଦାୟକ ଯାତ୍ରା ମଧ୍ୟ କରିପାରିବେ। ତାଲିମପ୍ରାପ୍ତ କମାଣ୍ଡୋମାନେ ଦିନ ସାରା ଭୋକିଲାଏବଂ ରାତ୍ରି ସାରା ଜାଗ୍ରତ ରହିବା ଭଳି କଷ୍ଟଦାୟକ କାର୍ଯ୍ୟ ଅନାୟସରେ କରି ପାରିବେ।
ଏହି ତାଲିମପ୍ରାପ୍ତ ବ୍ୟକ୍ତି ଜଙ୍ଗଲରେ ରହିବା ସହିତ ମାଓବାଦୀଙ୍କ ସଫଳ ମୁକାବିଲା କରିବାରେ ସେମାନଙ୍କୁ ପ୍ରସ୍ତୁତ କରାଯିବ।ଏହା ସହ ମାଓବାଦୀଙ୍କୁ ଗରିଲା ଯୁଦ୍ଧରେ ମଧ୍ୟ ପରାସ୍ତ କରିବା ନିମନ୍ତେ ସମସ୍ତ ରଣ କୌଶଳ ପ୍ରଦାନ କରାଯାଉଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories