କଲ୍ୟାଣସିଂହପୁର : ରା ୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଭାଜପା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ମଣ୍ଡଳ ସଭାପତି ମନୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଭାଜପା ପ୍ରଭାରୀ ଧନେଶ୍ବର ରାଉତ ଏହା ପରିଚାଳନା କରିଥିଲେ। ଏହି ମଣ୍ଡଳରେ ସାତୋଟି ପଞ୍ଚାୟତ ଓ ୨୭ ଗୋଟି ବୁଥ ରହିଛି। ସବୁ ମଣ୍ଡଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ନିଜ ନିଜ ମତ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଭାଜପା କରପା ପଞ୍ଚାୟତର ସରପଞ୍ଚ ସିନ୍ଧୁ କୁଲେସିକା ଯୋଗ ଦେଇଥିଲେ । ସଂଘଠନ କିପରି ସୁଦୃଢ ହେବ, ୱାର୍ଡ ଗଠନ, ବୁଥର ସଭାପତି ଓ ପଞ୍ଚାୟତର ସହ ଯୋଗାଯୋଗ ଓ ଯେଉଁଠି କେହି କର୍ମୀ ନାହାନ୍ତି ତାର ପୁନଃ ନିଯୁକ୍ତି କରାଯିବା ପାଇଁ ପ୍ରଭାରୀ ରାଉତ କହିଥିଲେ। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବାରୁ ନିର୍ବାଚନରେ କିପରି ଦଳ ବିଜୟ ହାସଲ କରିବ ସେ ବିଷୟରେ ବୁଝାଇଥିଲେ। ଏହି ବୈଠକରେ ଜନଜାତି ମୋର୍ଚ୍ଚା ସଭାପତି ଦିଲୀପ ମିନିଆକା, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ମଣ୍ଡଳ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲ, ଆଦିବାସୀ ନେତା ଲକୀ କଞ୍ଜକା, ଅଜୟ ଝଲିଆ, ନିରଞ୍ଜନ କାଡ୍ର।କା, ଯୁବମୋର୍ଚା ସମ୍ପାଦକ ମକର ନେମାଲପୁରୀ, କ୍ଷୀରୋଦ ମାର୍ଥା, ଦୈତାରି ଖଣ୍ଡାରିୟା ପ୍ରମୁଖ ଯୋଗଦେଇଥିଲେ।
Popular Categories



