ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ସାପର ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ନିକଟରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି,ଯାହା ଆଶ୍ଚର୍ଯ୍ୟ ଚକିତ କରିବା ସହ ସାବଧାନ ଓ ସତର୍କ ରହିବାକୁ ଜଣାଇଛି । ଘଟଣାଟି ମୁମ୍ବାଇର । ନବୀ ମୁମ୍ବାଇରେ ଜଣେ ସୁରକ୍ଷାଗାର୍ଡଙ୍କ ଜୋତାରେ ଏକ ନାଗସାପ ଲୁଚି ରହିଥିଲା ।
सांप से रहें सावधान pic.twitter.com/gau3S7BqSE
— Shikhar Baranwal🇮🇳 (@Shikhar_India) July 16, 2025
ବର୍ଷାରେ ଓଦା ହେବା ପରେ ସୁରକ୍ଷାଗାର୍ଡ ଜଣକ ଜୋତାକୁ ବାହାରେ ରଖିଥିଲେ । ସେ ଜୋତା ପିନ୍ଧିବା ପାଇଁ ପ୍ରସ୍ତୁତ ହେବା ସମୟରେ ସେଥିରେ ଏକ ସାପ ଥିବା ହଠାତ୍ ତାଙ୍କ ନଜର ପଡିଥିଲା । ଏହାପରେ ସାପ ଧରାଳୀଙ୍କୁ ଡାକିବା ପରେ ସେମାନେ ସାପକୁ ସୁରକ୍ଷିତ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ । ମୁମ୍ବାଇର ଏହି ଘଟଣା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛି । ସୋସିଆଲ ମିଡିଆରେ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



