ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳ ମହ୍ଲାରପଦା ପଞ୍ଚାୟତ ମୟୁରପଂଖା ଗ୍ରାମରେ ବୁଧବାର ସର୍ପାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମୃତ ମହିଳା ଜଣଙ୍କ ମୟୁରପଂଖା ଗ୍ରାମର ନେପା ମୁଣ୍ଡାଙ୍କ ପତ୍ନୀ ମଲ୍ଲି ମୁଣ୍ଡା(୨୨)। ନେପା ବିଲକୁ ସ୍ବାମୀଙ୍କ ନିକଟକୁ ଭାତ ନେଇ ଯାଇଥିଲେ। ସେ ଘରକୁ ଫେରିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିଲା । ମହିଳାଙ୍କ ପ୍ରାଣରକ୍ଷା ଉଦ୍ଦେଶ୍ୟରେ ତାଙ୍କୁ କରଞ୍ଜିଆ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।



