www.samajalive.in
Sunday, December 7, 2025
14.1 C
Bhubaneswar

ସାପ କାମୁଡାରେ ଦୁଇ ମୃତ

ଟିଟିଲାଗଡ଼ : ଟିଟିଲାଗଡ ଥାନା ଅନ୍ତର୍ଗତ ମାଥନପଲା ଗ୍ରାମର ଜଣେ ମହିଳାଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ମହିଳା ଜଣକ ଗ୍ରାମର ନର ବାଗଙ୍କ ପତ୍ନୀ ହିରା ବାଗ(୫୦) ବୋଲି କଣାପଡ଼ିଛି। ମୃତକ ଗାଁ ପାଖ ଆଜି ପୁର୍ବାହ୍ନରେ ମାଥନପଲା ଡ୍ୟାମ ନିକଟସ୍ଥ ଜଙ୍ଗଲ ପଟକୁ ଛେଲି ଚରାଇବା ପାଇଁ ଯାଇଥିବା ବେଳେ ଏକ ବିଷାକ୍ତ ସାପ ଦୁଇ ତିନି ଥର କାମୁଡି ଦେଇଥିଲା। ପରେ ମହିଳାଙ୍କୁ ଗ୍ରାମକୁ ଅଣାଯାଇଥିବା ବେଳେ ଫୁଙ୍କା ଝଡା କରାଯାଇଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଖାସମୁଣ୍ଡା ଗ୍ରାମର ସାନ ମାଝୀଙ୍କ ପୁଅ ତୀର୍ଥ ମାଝୀ (୨୦)ଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେ ଗତ ମଧ୍ୟରାତ୍ରିରେ ଶୌଚ ପାଇଁ ପଦାକୁ ଯାଇଥିଲେ। ସେଠାରେ ତାଙ୍କୁ ସାପ କାମୁଡିଥିଲା। ତାଙ୍କୁ ଟିଟିଲାଗଡ ଡାକ୍ତରଖାନା ଅଣାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏନେଇ ଟିଟିଲାଗଡ ପୁଲିସ ପକ୍ଷରୁ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସାପ କାମୁଡାରେ ଦୁଇ ଜଣଙ୍କ ଅକାଳ ମୃତ୍ୟୁ ନେଇ ସମ୍ପୃକ୍ତ ପରିବାର ତଥା ଗ୍ରାମବାସୀ ମହଳରେ ଶୋକର ଛାୟା ଖେଳିଯାଇଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories