www.samajalive.in
Thursday, December 11, 2025
18.1 C
Bhubaneswar

ଅଭିନବ ଉପାୟରେ ମହିଳା ଲୁଚାଇ ନେଉଥିଲେ ସୁନା : ବିମାନ ବନ୍ଦରରେ ଧରିଲା କଷ୍ଟମ ବିଭାଗ

ନୂଆଦିଲ୍ଲୀ :  ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଯାଞ୍ଚ ସମୟରେ କଷ୍ଟମ ବିଭାଗ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଜବତ କରିଛି ।  ଶୁକ୍ରବାର ଜଣେ ମହିଳାଙ୍କ ନିକଟରୁ ଏହି ସୁନା ଜବତ ହୋଇଛି । ସୁରକ୍ଷା ସଂସ୍ଥା ଆଖିରେ ଧୂଳି ଦେଇ ମହିଳା ଜଣଙ୍କ ନେଇ ଯାଉଥିବା ଛଅ ଖଣ୍ଡ ସୁନା ଏବଂ ଚାରୋଟି ସୁନା ତାର ଜବତ ହୋଇଛି। ତେବେ ମହିଳା ଜଣଙ୍କ ଧରା ନ ପଡିବା ପାଇଁ ନିଜ ଅନ୍ତବସ୍ତ୍ର ଏବଂ ହ୍ୟାଣ୍ଡ ବ୍ୟାଗରେ ଏହାକୁ ଲୁଚାଇ ରଖିଥିଲେ । ଜବତ ସୁନାର ପରିମାଣ ୭୯୪ ଗ୍ରାମ ହେବ ବୋଲି ଅନୁମାନ କରାଯାଉଛି।

ମସ୍କୋରୁ ଏଏସୟୁ-୨୩୨ ବିମାନରେ ଆସିଥିବା ଏହି ମହିଳାଙ୍କ ଜିନିଷ ପତ୍ର ଯାଞ୍ଚ ପରେ ଏହି ଛଅ ଖଣ୍ଡ ସୁନା ମିଳିଥିଲା । କିନ୍ତୁ  ସୂଚନା ଅନୁସାରେ ଅଧିକ ସୁନା ନ ମିଳିବାରୁ ତାଙ୍କୁ ମହିଳା ଅଧିକାରୀମାନେ ସ୍ବତନ୍ତ୍ର ପ୍ରକୋଷ୍ଠକୁ ନେଇ ଯାଞ୍ଚ କରିଥିଲେ। ପରେ ତାଙ୍କ ଅନ୍ତବସ୍ତ୍ରରୁ ଚାରୋଟି ସୁନା ତାର ଜବତ କରିଥିଲେ । ପୂର୍ବରୁ ଏ ନେଇ କଷ୍ଟମ ବିଭାଗକୁ ଏକ ସୂଚନା ମିଳିଥିଲା । ତେଣୁ ଟର୍ମିନାଲ-୩ରେ କଷ୍ଟମ ଅଧିକାରୀ ମାନେ ମହିଳା ଜଣଙ୍କୁ ଧରି ଯାଞ୍ଚ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories