www.samajalive.in
Wednesday, December 10, 2025
18.1 C
Bhubaneswar

ଜୁନାଗଡ଼ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ ; ଲଳିନ୍ଦ୍ରକୁ ଛାଡିଲେ ଆତ୍ମହତ୍ୟା କରିବି

ଜନୁାଗଡ଼ : କଳାହାଣ୍ଡି ଜିଲା ଜୁନାଗଡ଼ରେ ହୋଇଥିବା ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ନୁଆ ତଥ୍ୟ ସାମ୍ନାକୁ ଆସିଛି । ଶୁକ୍ରବାର ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଲିଫ୍ଟ ଦେଇଥିବା ଯୁବକଙ୍କର କିଛି ଭୂମିକା ନ ଥିବା କହି ପୁଲିସ ଛାଡ଼ି ଦେଇଥିବା ଯୁବକହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପୀଡ଼ିତା କହିଛନ୍ତି । ସେ ଲଲିନ୍ଦ୍ର ଶବର ବାଇକରେ ଲିଫ୍ଚ ନେଇ ଯାଉଥିଲେ । ରାସ୍ତାରେ ଯିବା ସମୟରେ ଲଳିନ୍ଦ୍ର ପାଖକୁ ବାରମ୍ବର ମୋବାଇଲରେ କଲ୍ ଆସୁଥିଲା । ଘଟଣା ସ୍ଥଳରେ ଲଳିନ୍ଦ୍ର ବାଇକର ଗତିକୁ ମନ୍ଥର କରିଦେଇଥିଲା । ଏହାପରେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଜଙ୍ଗଲକୁ ଉଠାଇ ନେଇଥିଲେ । ଜଙ୍ଗଲରେ ଲଳିନ୍ଦ୍ର ହିଁ ପ୍ରଥମେ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା କହିଛନ୍ତି । ମୁଖ୍ୟ ଖଳନାୟକ ଲଳିନ୍ଦ୍ରକୁ କାହିଁକି ଛାଡ଼ି ଦିଆ ଯାଉଛି ବୋଲି ପୀଡ଼ିତା ପ୍ରଶ୍ନ କରିଛନ୍ତି । ଏହାସହିତ ଲଳିନ୍ଦ୍ର ସମେତ ସମସ୍ତ ଅଭିଯୁକ୍ତମାନଙ୍କୁ ଫାଶି ଦିଆଯାଉ ବୋଲି ସେ ଦାବି କରିଛନ୍ତି । ଲଳିନ୍ଦ୍ରକୁ ଛାଡି ଦିଆଗଲେ ସେ ଆତ୍ମହତ୍ୟା କରିବେ ବେଲି କହିଛନ୍ତି ।

ସୂଚାନା ଅନୁଯାୟୀ, ଗତ ୧୪ ତାରିଖ ଦିନ ଭବନୀପାଟଣାରୁ ଯୁବତୀ ଜଣଙ୍କ ଘରକୁ ଫେରୁଥିବାବେଳେ ବସ୍ ଫେଲ ହୋଇଯାଇଥିଲେ । ସେହି ବାଟରେ ଆସୁଥିବା ଜଣେ ଯୁବକଙ୍କୁ ଲିଫ୍ଟ ମାଗିଥିଲେ । ଉକ୍ତ ଯୁବକ ତାଙ୍କୁ ଲିଫ୍ଟ ଦେଇଥିଲେ। ସେ ଯୁବକଙ୍କ ସହିତ ବାଇକରେ ଫେରୁଥିବା ବାଟରେ ୪/୫ ଜଣ ଦୁର୍ବୃତ୍ତ ତାଙ୍କୁ ଛୁରି ଦେଖାଇ ଜଙ୍ଗଲକୁ ନେଇ ଯାଇ ଦୁଷ୍କର୍ମ କରିଥିଲେ । ଭିଡିଓ ଭାଇରାଲ ହେବାପରେ ପୀଡିତା ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ତନାଘନା ଆରମ୍ଭ କରିଥିଲା । ତେବେ ଲିଫ୍ଟ ଦେଇଥିବା ବାଇକ ଚାଳକଙ୍କ ଏଥିରେ କୌଣସି ସମ୍ପୃକ୍ତି ନାହିଁ ବୋଲି ଏସପି ସ୍ପଷ୍ଟ କରିଥିଲେ ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories