www.samajalive.in
Monday, December 8, 2025
20.1 C
Bhubaneswar

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ସହଜ ଟିପ୍ସ

ମୁହଁକୁ ସୁନ୍ଦର କରିବା ପାଇଁ ଆମର ଖାଦ୍ୟପେୟ ଉତ୍ତମ ଓ ପୃଷ୍ଟିକର ହେବା ଅତ୍ୟନ୍ତ ଆବଶ୍ୟକ। ଫଳ ଓ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ। ଫଳ ଓ ପନିପରିବାର ଜୁସ ମଧ୍ୟ ମୁହଁର ସୌନ୍ଦର୍ଯ୍ୟ ବଢାଇଥାଏ। ଜାଣନ୍ତୁ ,  କେଉଁ ଫଳ ଓ ପନିପରିବାର ଜୁସ ପିଇବା ଦ୍ୱାରା ମୁହଁର ସୁନ୍ଦରତା ବଢିଥାଏ ….
ଗାଜର ଓ ବିଟ ଜୁସ –
ଗାଜରରେ ଅଧିକ ପରିମାଣରେ ଭିଟାମିନ ଏ ଓ ବିଟରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଗାଜର ଓ ବିଟ ଜୁସରେ ଜିଙ୍କ, ଆଇରନ, ଭିଟାମିସ ସି , ମାଗ୍ନେସିୟମ ଆଦି ମୁହଁର ସୁନ୍ଦରତାକୁ ଖୁବ ବଢାଇଥାଏ।
ଟମାଟୋର ଜୁସ –
ଟମାଟୋର ଜୁସ ରକ୍ତକୁ ସ୍ୱଚ୍ଛ ରଖେ ଏବଂ ମୁହଁକୁ ଆବଶ୍ୟକ ପରିମାଣରେ ପୋଷକ ଯୋଗାଇଥାଏ।
ପାଳଙ୍ଗପତ୍ରର ଜୁସ –
ଏଥିରେ ଭିଟାମିନ ସି, ଆଣ୍ଟିଅକ୍ସିଡ଼ାଣ୍ଟ ଅଧିକ ପରିମାଣରେ ଥାଏ। ଏହା ମୁହଁକୁ ପ୍ରାକୃତିକ ରୂପରେ ସୁନ୍ଦର କରେ।
କାକୁଡ଼ିର ଜୁସ –
କାକୁଡ଼ିରେ ୯୦ ଭାଗ ପାଣି ଥାଏ। ଏହାର ଜୁସକୁ ପିଇବା ଦ୍ୱାରା ମୁହଁର ଉଜ୍ୱଳତା ବଢିଥାଏ।
ସେଓ ଜୁସ –
ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ଥାଏ। ଏହାର ଜୁସକୁ ପିଇବା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ବହୁ ରୋଗ ଶରୀରରୁ ଦୂର ହୋଇଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories