www.samajalive.in
Wednesday, December 10, 2025
23.1 C
Bhubaneswar

୩୬୯୪ଟି ଉଦ୍ୟୋଗକୁ ମିଳିଛି ୧୧୫ କୋଟି ଟଙ୍କାର ଋଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଉଦ୍ୟୋଗଗୁଡ଼ିକୁ ଋଣ ପ୍ରଦାନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରିଛି । ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱ ଏବଂ ବିଭାଗର ନିୟମିତ ତଦାରଖ ଯୋଗୁଁ କୋଭିଡ୍‌ ଭଳି ପ୍ରତିକୂଳ ପରିସ୍ଥିତିରେ ବ୍ୟାଙ୍କମାନଙ୍କର ପୂର୍ଣ୍ଣ ସହଯୋଗ ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ଋଣ ପ୍ରଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇ ପାରିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଇସିଏଲ୍‌ଜିଏସ୍‌ (କୋଭିଡ଼୍‌ ଋଣ) ଅଧୀନରେ ୩୪୧୭.୦୨ କୋଟି ଟଙ୍କା ଋଣ ପ୍ରଦାନଯୋଗ୍ୟ ଅର୍ଥରୁ ୩୩୦୮.୬୯ କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୩୧୦୭.୮୨ କୋଟି ଟଙ୍କା ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇ ସାରିଛି । ପୂର୍ବରୁ ଏତେ ପରିମାଣରେ ଋଣ ପ୍ରଦାନ କେବେ କରାଯାଇ ପାରିନଥିଲା। ପିଏମ୍‌ଇଜିପି ଅଧୀନରେ ସର୍ବମୋଟ ୪୩୫୮ଟି ଉଦ୍ୟୋଗ ମଧ୍ୟରୁ ୩୬୯୪ଟି ଉଦ୍ୟୋଗକୁ ପ୍ରାୟ ୧୧୫ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି।
ସେହିପରି ପିଏମ୍‌ଏଫ୍‌ଏମ୍‌ଇ ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀର ୨୮୧୪ ଜଣ ସଦସ୍ୟାଙ୍କୁ ୪୦ ହଜାର ଟଙ୍କା ହିସାବରେ ସିଡ୍‌ମନି ଭାବେ ପ୍ରାୟ ୭୭୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତା’ଛଡ଼ା ୨୧ଟି ଏସ୍‌ଏଚ୍‌ଜିଙ୍କୁ ମୋଟ ୫୩.୯୬ ଲକ୍ଷ ଟଙ୍କା ସବ୍‌ସିଡି ପ୍ରଦାନ କରାଯାଇଛି। ୩ଟି ଏଫ୍‌ପିଓକୁ ସବ୍‌ସିଡି ପ୍ରଦାନ ନିମନ୍ତେ ପ୍ରସ୍ତାବ ମଞ୍ଜୁରୀ ସକାଶେ କେନ୍ଦ୍ର ସରକାରଙ୍କୁ ପତ୍ରାଳାପ କରାଯାଇଛି। ଗଞ୍ଜାମର ରଙ୍ଗେଇଲୁଣ୍ଡାଠାରେ ମତ୍ସ୍ୟ ଉତ୍ପାଦନ ସକାଶେ ସାଧାରଣ ଇନ୍‌କୁ୍ୟବେସନ୍‌ କେନ୍ଦ୍ର ସ୍ଥାପନ ସକାଶେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ୧୬୩ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି।


ଉପଯୁକ୍ତ ପ୍ୟାକେଜିଂର ବିକାଶ ଓ ଓଡ଼ିଶାର ଉତ୍ପାଦିତ ଖାଦ୍ୟ ସାମଗ୍ରୀର ବ୍ରାଣ୍ଡିଂ ସୃଷ୍ଟି କରିବାକୁ ଓର୍‌ମାସ୍‌କୁ ୮.୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ତା’ଛଡ଼ା ଅତିବେଶୀରେ ୧୦ ଲକ୍ଷ ଟଙ୍କା ସବ୍‌ସିଡି ପ୍ରାବଧାନ ସହ ବ୍ୟକ୍ତିଗତ ଅଣୁ ଉଦ୍ୟୋଗଗୁଡ଼ିକୁ ଋଣ ମଞ୍ଜୁର କରିବା ଓ ୫୦ ପ୍ରତିଶତ ସବ୍‌ସିଡି ଦେବା ନିମନ୍ତେ ୩୮୩ଟି ଆବେଦନକୁ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ୨୮୯ କୋଟି ଟଙ୍କା କୋଭିଡ୍‌ ସହାୟତା ପ୍ୟାକେଜ୍‌ର ଆକର୍ଷଣୀୟ ରିହାତି ବ୍ୟବସ୍ଥା ଯୋଗୁଁ ଋଣ ଯୋଗାଣରେ ଏହି ରେକର୍ଡ ସୃଷ୍ଟି ହୋଇପାରିଛି। କୋଭିଡ୍‌ ମହାମାରୀ ସମୟରେ ଏହି ଉଲ୍ଲେଖନୀୟ ସଫଳତା ନିମନ୍ତେ ବିଭାଗ ତରଫରୁ କ୍ଷେତ୍ର କର୍ମଚାରୀ ଓ ସର୍ବୋପରି ବ୍ୟାଙ୍କଗୁଡ଼ିକର ସହଯୋଗ ପାଇଁ ସମ୍ଭବ ହୋଇପାରିଥିବାରୁ ବଧେଇ ଜଣାଇବା ସହ ବହୁଳ ଭାବେ କର୍ମସଂସ୍ଥାନ ସୃଷ୍ଟି କରୁଥିବା ଏହି କ୍ଷେତ୍ରକୁ ଆଗାମୀ ଦିନରେ ଏପରି ସହଯୋଗ ଜାରି ରଖିବାକୁ ଅନୁରୋଧ କରାଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories