www.samajalive.in
Sunday, December 14, 2025
18.1 C
Bhubaneswar

୧୬ରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ

ଭୁବନେଶ୍ବର: ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀ ଆସନ୍ତା ସୋମବାର ୧୬ ତାରିଖଠାରୁ ସେମାନଙ୍କ ସ୍ଲଟ୍ ବୁକିଂ କରିପାରି‌େ‌ବ। କୋଭିଡ-୧୯ କଟକଣା ଲାଗି ରାଜ୍ୟର ସମସ୍ତ ଆର୍‌ଟିଓରେ ଅନ୍‌ଲାଇନ୍‌ ଲର୍ଣ୍ଣିଂ ଲାଇସେନ୍ସ ଆବେଦନଠାରୁ ଆରମ୍ଭ କରି ସ୍ଲଟ୍‌ ବୁକିଂ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଓ ସ୍ଲଟ ବୁକିଂ ଆଦି ବନ୍ଦ ରହିଥିଲା। କୋଭିଡ୍‌ର ପ୍ରଭାବ ସାମାନ୍ୟ ହ୍ରାସ ପାଇବା ପରେ ପରିବହନ ବିଭାଗ ଲର୍ଣ୍ଣିଂ ଲାଇସେନ୍ସ(ଏଲ୍‌ଏଲ୍‌) ପାଇଁ ପୁନର୍ବାର ସ୍ଲଟ ବୁକିଂ ଆରମ୍ଭ ହୋଇଛି। ରାଜ୍ୟ ବତ୍ତର୍ମାନ ୨.୫ ଲକ୍ଷ ଏଲ୍ଏଲ୍‌ ବୁକିଂ ଆବେଦନକାରୀ ରହିଛନ୍ତି। ତେବେ ସେମାନଙ୍କୁ ପ୍ରଥମେ ସ୍ଲଟ୍ ବୁକିଂ ଲାଗି ସୁଯୋଗ ମିଳିବ। ସେମାନେ ନଭେମ୍ବର ୧୬ରୁ ଦିନ ୧୧ଟା ପରଠାରୁ ସ୍ଲଟ୍ ବୁକିଂ ଆରମ୍ଭ କରି‌େ‌ବ। ତେବେ ପ୍ରତ୍ୟେକ ଦିନ ସକାଳ ୭ଟାରୁ ଆବେଦନକାରୀ ସେମାନଙ୍କ ସ୍ଲଟ୍‌ ବୁକିଂ କରି ସମୟ ଏବଂ ଦିନ ନେଇ ପାରିବେ। ହେଲେ ନୂତନ ଭାବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଏବେ ଆବେଦନ ଗ୍ରହଣ କରାଯାଉ ନାହିଁ ବୋଲି ପରିବହନ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ସାମାଜିକ ଦୂରତା ରକ୍ଷା କରି କିଭଳି ଆବେଦନକାରୀମାନେ କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା ଦେଇ ପାରିବେ ସେଥିପାଇଁ ପ୍ରତ୍ୟେକ ଦିନ ସୀମିତ ଆବେଦନକୁ ମଞ୍ଜୁରି ମିଳିବ। ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଆର୍‌ଟିଓ ପାଇଁ ଏହା ଅଲଗା ବୋଲି କମିସନର ଶ୍ରୀ ପଣ୍ଡା କହିଛନ୍ତି।

ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀମାନେ କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇ ଆସିବାକୁ ପରାମର୍ଶ ଦେଇଛନ୍ତି ପରିବହନ କମିସନର ଶ୍ରୀ ପଣ୍ଡା। ପରିବହନ ୱେବ୍‌ସାଇଟ୍‌ରେ ସାମ୍ପୁଲ୍‌ ପ୍ରଶ୍ନମାଳ ରହିଛି। ଏସବୁର ମକ ଟେଷ୍ଟ ମଧ୍ୟ ଆବେଦନକାରୀ ଦେଇପାରିବେ। ଏହାକୁ ଅଭ୍ୟାସ କରି ଆସିବାକୁ କୁହାଯାଇଛି। ଆବେଦନକାରୀ ମାଉସ୍‌ର ବ୍ୟବହାର କରି କମ୍ପ୍ୟୁଟରରେ ପରୀକ୍ଷା ଦେବେ। ଗତ ସେପ୍ଟେମ୍ବର ୧୮ରୁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ପାଇଁ ସ୍ଳଟ୍ ବୁକିଂ ଆରମ୍ଭ କରାଯାଇଥିଲା। ରାଜ୍ୟର ୨୧ଟି ଆର୍‌ଟିଓରେ ଏହା ଆରମ୍ଭ କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରତ୍ୟେକ ଦିନ ମଧ ସୀମିତ ଆବେଦନଙ୍କର ପରୀକ୍ଷା ନିଆଯାଉଛି। ଲର୍ଣ୍ଣିଂ ଲଇସେନ୍ସ ଆବେଦନକାରୀ ସ୍ଲଟ୍‌ ବୁକ କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମଧ୍ୟ ଡିଏଲ୍‌ ସ୍ଲଟ୍ ବୁକ କରିପାରି‌େ‌ବ। ନୂତନ ଏଲ୍ଏଲ୍‌ ପାଇଁ ଏବେ ଆବେଦନ ଗ୍ରହଣ କରାଯାଉନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories