www.samajalive.in
Monday, December 8, 2025
14.1 C
Bhubaneswar

ଖରାଦିନରେ ମୁହଁକୁ ସୁନ୍ଦର କରିବା ପାଇଁ କିଛି ସହଜ ଉପାୟ

ଖରାଦିନରେ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଘରୁ ବାହାରକୁ ଯିବା ପୂର୍ବରୁ ସନକ୍ରିମର ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ। ବହୁ ଲୋକଙ୍କ ଚର୍ମ ଖୁବ ସମ୍ବେଦନଶୀଳ(ସେନସିଟିଭ)ଥାଏ। ସେମାନଙ୍କ ଉପରେ ସୂର୍ଯ୍ୟଙ୍କ କିରଣ ପଡ଼ିବା ମାତ୍ରେ ଲାଲ ରଙ୍ଗ ଦେଖାଯାଏ। ମାତ୍ର ଏପରି କିଛି ଟିପ୍ସ ବିଷୟରେ ଜାଣନ୍ତୁ, ଯାହାର ବ୍ୟବହାର କରିବା ଦ୍ୱାରା ସନକ୍ରିମର ବ୍ୟବହାର କରିବାକୁ ପଡ଼ିନଥାଏ।
ତ୍ୱଚାର ଯତ୍ନ ନେବା ପାଇଁ ବିଭିନ୍ନ ପ୍ରକାରର ବିୟୁଟି ଦ୍ରବ୍ୟର ବ୍ୟବହାର କରିବା ପରିବର୍ତ୍ତେ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ଆବଶ୍ୟକ। ତ୍ୱଚା ପାଇଁ ପ୍ରୋଟିନଯୁକ୍ତ ଖାଦ୍ୟ ଓ ଭିଟାମିନ ସିର ବେଶ ଆବଶ୍ୟକତା ରହିଛି।
କେଉଁ ଖାଦ୍ୟ ଖ।ଇବା ଆବଶ୍ୟକ –
ନିୟମିତ ସବୁଜ ପନିପରିବା, ଫଳ ଖାଇବା ନିତ୍ୟାନ୍ତ ଆବଶ୍ୟକ। ଗାଜର ଖାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ। ଏଥିରେ ଭିଟାମିନ ଏ ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ମୁହଁରେ କୁଞ୍ଚନ ସୃଷ୍ଟି ହୋଇନଥାଏ। ରକ୍ତସଞ୍ଚାଳନ ସୂଚାରୁରୁପେ ହୋଇଥାଏ।
ସପ୍ତାହକୁ ୩ ଥର ମାଛ ଖାଆନ୍ତୁ। ଏଥିରେ ଓମେଗା-୩ ଫ୍ୟାଟି ଏସିଡ଼ ଥାଏ। ଯାହା ମୁହଁର ବିଭିନ୍ନ ସମସ୍ୟା ଦୂର କରିଥାଏ।
ନିୟମିତ ବିଭିନ୍ନ ପ୍ରକାରର ଫଳ ଖାଆନ୍ତୁ। ମାତ୍ର ଫଳ ମଧ୍ୟରେ ବ୍ଲୁ ବେରି ଓ ଗୋଟିଏ କଦଳୀ ନିଶ୍ଚୟ ଖାଆନ୍ତୁ।
ରାତିରେ ନିୟମିତ ଗୋଲାପ ଜଳରେ ମୁହଁ ପୋଛନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories